ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ? ସିଏମ୍‌ଙ୍କୁ ଭେଟି ଆଲୋଚନା କଲେ ଗଜପତି ମହାରାଜ

Published By : Prameya-News7 Bureau | July 01, 2024 IST

ଭୁବନେଶ୍ବର ୧/୭: ଆଉ ମାତ୍ର ୫ ଦିନ ପରେ ଶ୍ରୀଜିଉଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଅଭିମୁଖେ ବାହାରିବେ ମହାପ୍ରଭୁ । ରଥଖଳାରେ ଜୋରସୋରରେ ଚାଲିଛି କାମ । ତା ପୂର୍ବରୁ ରଥଯାତ୍ରା ସୁପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଲୋଚନା ପରେ ପ୍ରତିକ୍ରିୟା ରଖି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ରଥଯାତ୍ରା କିଭଳି ସୁରୁଖୁରୁରେ ହେବ, ନୀତିକାନ୍ତି ଠିକ ସମୟରେ ପାଳନ ହେବ ସେ ସଂପର୍କରେ ଆଲୋଚନା ହୋଇଛି ।୧୯୭୧ ମସିହା ପରେ ଗୋଟିଏ ଦିନରେ ରଥଯାତ୍ରା ଓ ନବ ଯୌବନ ବେଶ ଥିବାରୁ କିପରି ସୁରୁଖୁରୁରେ ସବୁ କାମ ସଂପନ୍ନ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି । 

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜ କହିଛନ୍ତି ଏ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ରତ୍ନଭଣ୍ଡାର କେବେ ଖୋଲିବ ? କେଉଁମାନେ ଉପସ୍ଥିତ ରହିବେ ? ତାହା ସରକାର ନିଷ୍ପତ୍ତି ନେବା ସହ ଘୋଷଣା କରିବେ । ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.