ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ଗଣମାଧ୍ୟମ ଦେଖାଉଥିବା ତାରିଖ ଗୁଜବ

Published By : Prameya-News7 Bureau | July 03, 2024 IST

ଭୁବନେଶ୍ବର ୩/୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ତ ? ଯଦି ଖୋଲିବ କେବେ ଖୋଲିବ ? ଏ ସଂପର୍କରେ ବଡ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । କହିଛନ୍ତି ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ । ଏନେଇ ସରିଛି ନିଷ୍ପତ୍ତି । ଖୁବ ଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ଘୋଷଣା ସହ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ ସରକାର । କିନ୍ତୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ କୁହାଯାଉଛି ତାହା ସଂପୂର୍ଣ୍ଣ ଗୁଜବ । ଏହାକୁ ଜନସାଧାରଣ ବିଶ୍ବାସ ନକରିବାକୁ ଅପିଲ କରିଛନ୍ତି ଆଇନ ମନ୍ତ୍ରୀ । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.