ସିଡିଏରେ ଖୋଲିଲା ଟାଇଟନ୍ ଗ୍ରୁପର ବିଶାଳ ସୋ’ ରୁମ୍, ଆଗକୁ ଅନ୍ୟ ସହରରେ ଖୋଲିବା ଯୋଜନା

Published By : Prameya-News7 Bureau | July 05, 2024 IST

କଟକ ୫/୭: ସିଡିଏ ସେକ୍ଟର ୬ରେ ଖୋଲିଲା ଟାଇଟନ ଗ୍ରୁପର ୫ଟି ଏକ୍ସକ୍ଲୁସିଭ ବିଶାଳ ସୋ’ ରୁମ । ଗାର୍ମେଣ୍ଟ ଠାରୁ ଆରମ୍ଭ କରି ଘଣ୍ଟା ସବୁକିଛି ପାଇପାରିବେ ଗ୍ରାହକ । ଗୁରୁବାର ଦିନ ସୋ’ ରୁମର ଉଦ୍‌ଘାଟନ କାର୍ଯ୍ୟକ୍ରମରେ କଂପାନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଓଡ଼ିଶାରେ ପ୍ରଥମ ଥର ଟାଇଟନ ଗ୍ରୁପ କଟକରେ ବିଶାଳ ସୋ’ ରୁମ୍‌ ଖୋଲିଥିବାବେଳେ ଆଗକୁ ଅନ୍ୟ ସହରମାନଙ୍କରେ ଖୋଲାଯିବାର ଯୋଜନା ଥିବା କହିଛନ୍ତି ଟାଇଟନ ଗ୍ରୁପର ଏମ୍‌ଡି ସି.କେ ଭେଙ୍କଟ ରମଣ । 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.