ରତ୍ନଭଣ୍ଡାର ନୂଆ କମିଟି ଗଠନ ପରେ...ପ୍ରମିଳାଙ୍କ ଅଭିଯୋଗର କ’ଣ ଜବାବ ଦେଲେ ପୃଥ୍ବୀରାଜ

Published By : Prameya-News7 Bureau | July 05, 2024 IST

ଭୁବନେଶ୍ବର ୫/୭: ରତ୍ନଭଣ୍ଡାର ନ ଖୋଲୁଣୁ ଜୋର ଧରିଲାଣି ରାଜନୀତି । ରତ୍ନଭଣ୍ଡାର ଖୋଲିବା ପାଇଁ ନୂଆ କମିଟି ଗଠନ କରିଛନ୍ତି ମୋହନ ସରକାର । ୧୬ ଜଣିଆ କମିଟି ଗଠନ ହେବା ପରେ ଆରମ୍ଭ ହୋଇଯାଇଛି ରାଜନୀତି । ପୁରୁଣା କମିଟି ଭାଙ୍ଗିବା ଓ ନୂଆ କମିଟି ଗଢାହେବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର କମିଟି ଭଙ୍ଗା ଯାଇଛି । ମନ୍ଦ ଉଦ୍ଦେଶ୍ୟ ରଖି ଅରଜିତ ପଶାୟତଙ୍କୁ ହଟାଯାଇଛି । ସେମାନେ କେତେବେଳେ କଣ କହୁଛନ୍ତି ତାଙ୍କର କଣ ଉଦ୍ଦେଶ୍ୟ ତାହା ଓଡ଼ିଶାବାସୀ ଜାଣିଛନ୍ତି । କେତେବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି ତ ପୁଣି କେତେବେଳେ ମନା କରୁଛନ୍ତି । ଲୋକଙ୍କୁ ଭୁଆଁ ବୁଲେଇବାକୁ ଏପରି କରୁଥିବା କଟାକ୍ଷ କରି କହିଛନ୍ତି ପ୍ରମିଳା ମଲ୍ଲିକ ।

 ଅଭିଯୋଗର କଡା ଜବାବ ରଖିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି ଯଦି ଜଣେ ଲଜ୍ଜାହୀନ ହେବ ତାଙ୍କ ପାଖରେ ଉତ୍ତର ନାହିଁ । ୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲି ପାରିଲେନି । ଗଣତି କରିପାରିଲେନି । ଏବେ ଯଦି ସେମାନେ କହିବେ କାହିଁକି କମିଟି ଭାଙ୍ଗିଗଲା, ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ ଉତ୍ତର କିଛି ନହେଇପାରେ। 

ଏକଥା ସ୍ପଷ୍ଟ ଯେ ସରକାର ଗଠନକୁ ୨ରୁ ୨୫ ହୋଇଛି। ରତ୍ନ ଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ନୂଆ କମିଟି ଗଠନ ହୋଇଛି। ଭଣ୍ଡାର କେବେ ଖୋଲାଯିବ ଆସନ୍ତା କାଲି କମିଟି ନିଷ୍ପତ୍ତି ନେବ। ରତ୍ନ ଭଣ୍ଡାର ଯଥା ସମୟରେ ଖୋଲାଯିବ ଗଣତି ମଣତି କରାଯିବ। ପ୍ରତିଟି ଆର୍ଟିକିଲର ଡିଜିଟାଲ ଫଟୋ କପି କରାଯିବ । ସବୁକୁ ପ୍ରିଜର୍ଭ କରାଯିବ । ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ରେଫରାଲ ଡକ୍ୟୁମେଣ୍ଟ ଭଳି ତାକୁ ବ୍ୟବହାର କରାଯିବ। ଉଦ୍ଭଟ କଥାରୁ ବିଜୁ ଜନତା ଦଳ ନିବୃତ୍ତ ରହୁ ବୋଲି କହିଛନ୍ତି ଆଇନମନ୍ତ୍ରୀ । 



,

 

 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.