ଭୁବନେଶ୍ବରରେ ହେବ ନୂଆ ଟର୍ମିନାଲ୍‌, ଏୟାରପୋର୍ଟ ବୁଲି ଦେଖିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା

Published By : Prameya-News7 Bureau | October 04, 2024 IST

ଭୁବନେଶ୍ବର ୪/୧୦: ଭୁବନେଶ୍ବର ଏୟାରପୋର୍ଟରେ ହେବ ଟର୍ମିନାଲ-୩ । ୨ ବର୍ଷରେ ନୂଆ ଟର୍ମିନାଲ ହେବାକୁ ଯୋଜନା ରହିଛି  । ବିମାନବନ୍ଦର ବୁଲି ଦେଖିବା ପରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ । ଏବେ ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି । ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ । ଏବେ ଭୁବନେଶ୍ବରରେ ଯେଉଁ ଟର୍ମିନାଲ ଅଛି ପ୍ରତିବର୍ଷ ୪୦ ଲକ୍ଷ ଯାତ୍ରୀ ଯାତାୟତ କରନ୍ତି । ଯାତ୍ରୀ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷ ମଧ୍ୟରେ ଟର୍ମିନାଲ -୩ ନିର୍ମାଣ ପାଇଁ ଯୋଜନା ରହିଛି । ନୂଆ ଟର୍ମିନାଲ ସହ ଡୋମେଷ୍ଟିକ ଓ ଇଣ୍ଟରନାସନାଲ ପାସେଞ୍ଜରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । 


ଏବେ ଏହି ଏୟାରପୋର୍ଟ ୨୦ ସହରକୁ ସଂଯୋଗ କରୁଛି । ଆଗକୁ ଜମ୍ମୁ, ଗୁଜରାଟ, ଆନ୍ଧ୍ର, ଭଳି ଦେଶର ଅନ୍ୟ ସ୍ଥାନକୁ ସଂଯୋଗ କରିବାକୁ ଦାବି ହେଉଛି । ଏ ସଂପର୍କରେ ମଧ୍ୟ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଓଡ଼ିଶାର ଝାରସୁଗୁଡାରେ ଏୟାରପୋର୍ଟ ରହିଛି । ଗତ ୧୦ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର ଓ ରାଉରକେଲା ସହରରେ ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢିଛି । ରିଜିଓନାଲ ଏୟାରପୋର୍ଟର କିଭଳି ଉନ୍ନତି କରଣ କରାଯିବ ସେ ନେଇ ପ୍ରଚେଷ୍ଟା ଚାଲିଛି । ରାଜ୍ୟ ସରକାର ସିଭିଲ ଏଭିଏସନକୁ ନେଇ ବେଶ ତତ୍ପର ଅଛନ୍ତି । ପୁରୀ ଏୟାରପୋର୍ଟ ସଂପର୍କରେ ପ୍ରତିକ୍ରିୟା ରଖି କେନ୍ଦ୍ର ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ଭିଜନ କ୍ଲିୟର ଅଛି । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ବିମାନ ଚଳାଚଳ ମନ୍ତ୍ରାଳୟ  ସବୁ ପ୍ରକାର ସହଯୋଗ କରିବ ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.