ଦରବୃଦ୍ଧିରେ ଦ୍ବିତୀୟ ସ୍ଥାନରେ ଓଡ଼ିଶା, ବେଫିକର ସରକାର

Published By : Prameya-News7 Bureau | December 18, 2024 IST

ଭୁବନେଶ୍ବର ୧୮/୧୨: ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଜାନୁଆରୀ ୬ରେ ଲୋକସେବା ଭବନ ଆଗରେ ବିକ୍ଷୋଭ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ବିଜେଡି ନେତା । ଆସନ୍ତା ଜାନୁଆରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଲୋକସେବା ଭବନ ଆଗରେ ବିକ୍ଷୋଭ କରିବ ବିଜେଡି। ବିଜେପି ସରକାର ଗଠନର ୬ ମାସରେ ଦରଦାମ ହୁ ହୁ ହେଇ ବଢ଼ି ଚାଲିଛି । ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, ୫୦ ହଜାର ସୁଭଦ୍ରା, ୩00 ୟୁନିଟ ମାଗଣା ବିଜୁଳି, ୩୧୦୦ MSP, ଭତ୍ତା, ଏ ସବୁରେ ବିଫଳ ହୋଇଛନ୍ତି । 

ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକିଲେଣି । ସୁଭଦ୍ରାର SOP ୯ ଥର ବଦଳିଲାଣି. ଆଳୁ ୬0, ଡାଲି ୧୫୦ । ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି ବିଜେଡି କହିଛି । ସେହିପରି  ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳିରେ ପାଳନ କରିବ  । 

ସେହିପରି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର କରିଛି । ଅଛେ ଦିନ ଆଣିବା କଥା କହି ଆସିଥିଲେ । ହେଲେ ଏହା କଥାରେ ରହି ଯାଇଛି । ମୁଦ୍ରାସ୍ଫୀତି ରେଟ ସାରା ଦେଶରେ ବଢ଼ି ଚାଲିଛି । Indian Statistics report ଅନୁସାରେ ଓଡ଼ିଶାରେ ମୁଦ୍ରାସ୍ଫୀତି  ୭.୩ ରହିଛି ।  ଗାଁରେ ୮ ଟପିଲାଣି । ପଡୋଶୀ ରାଜ୍ୟରେ ଏହା କମ ରହିଛି । 

ଓଡ଼ିଶାରେ  ହଠାତ ଏହି ୬ ମାସରେ କଣ ହେଲା ଯେ ଏହା ବଢିଗଲା । ଦର ବୃଦ୍ଧିରେ ଏବେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି । ଏହା ଚିନ୍ତାଜନକ କଥା।  ହେଲେ ସରକାର ବେଫିକର ହୋଇ ବସିଛନ୍ତି । ବିଜେଡିରେ ଛାମୁଆ ସଂଗଠନ ଏହା ବିରୋଧରେ ଆନ୍ଦୋଳନ କରି ସରକାରଙ୍କ ନିଦ୍ରା ଭଙ୍ଗ କରାଯିବ ।  ସାରା ରାଜ୍ୟରେ ଆନ୍ଦୋଳନ ବ୍ୟାପକ ହେବ। ପ୍ରେସମିଟରେ ଉପସ୍ଥିତ ଥିଲେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ବିଜେଡି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ଆବାହକ ସଂଜୟ ଦାସବର୍ମା, ବରିଷ୍ଠ ବିଜେଡି ନେତା ସ୍ନେହାଙ୍ଗିନୀ ଛୁରିଆ ଓ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.