ହଟିବ କି ସସ୍‌ପେନ୍ସ ? ରବିବାର ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍

Published By : Prameya-News7 Bureau | September 28, 2024 IST

ଭୁବନେଶ୍ବର ୨୮/୯:  ଭରତପୁର ଥାନାରେ ବିବାଦ ମାମଲା । ରବିବାର ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌ । ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣଙ୍କ ସମେତ ୫ ଜଣଙ୍କୁ ନେଇ ଗୁଜୁରାଟ ଅଭିମୁଖେ ବାହାରିବ କ୍ରାଇମବ୍ରାଞ୍ଚ ଟିମ୍‌। ସୋମବାର ହୋଇପାରେ ଦୀନକୃଷ୍ଣଙ୍କ ନାର୍କୋ ଟେଷ୍ଟ, ବ୍ରେନମ୍ୟାପିଂ ଓ ପଲିଗ୍ରାଫ ଟେଷ୍ଟ । ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣଙ୍କର ନାର୍କୋ ଟେଷ୍ଟ, ବ୍ରେନମ୍ୟାପିଂ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଭୁବନେଶ୍ବର SDJM କୋର୍ଟ ଅନୁମତି ପ୍ରଦାନ କରିସାରିଛନ୍ତି । ଶୁକ୍ରବାର ଅନ୍ୟ ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଅନୁମତି ଦେଇଥିଲା । ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଭାରତପୁର ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କୁ ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବରେ ଗ୍ରହଣ କରାଯାଇଛି । ତେଣୁ ସାକ୍ଷୀ ଭାବରେ ତାଙ୍କର ପଲିଗ୍ରାଫ ଟେଷ୍ଟ ହେବ । ଟେଷ୍ଟ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ମେଜର,ତାଙ୍କ ବାନ୍ଧବୀ ସତ କହୁଛନ୍ତି ନା ପୋଲିସ ସତ କହୁଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.