ଲୋକେ ଦେଇଥିବା ଦାୟିତ୍ବ ପାଳନ କରନ୍ତୁ ନବୀନ: ଧର୍ମେନ୍ଦ୍ର

Published By : Prameya-News7 Bureau | October 05, 2024 IST

ଭୁବନେଶ୍ବର ୫/୧୦: କିଛି ଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ବିଜେପି ମିଛ କହୁଛି । ଶନିବାର ନବୀନଙ୍କ ଏହି ମନ୍ତବ୍ୟର କଡା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ରାଜନୀତିରେ ଜୟ ପରାଜୟ ଲାଗି ରହେ । ଜିତିଲେ ଅଧିକ ଉନ୍ମାଦିତ ହେବା କି ପରାଜୟରେ ଅଧିକ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ । 

ପୂର୍ବରୁ ବିଜେପି ଅନେକ ଥର ହାରିଛି । ଦେଶରେ ୨ଟି ଲୋକସଭା ଆସନ ଥିଲା । ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ ବୋର୍ଡ କହୁଥିଲେ । ହେଲେ ଏବେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସେବା କରିବାର ସୁଯୋଗ ମିଳିଛି । ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି । ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି ସେ ସେବା କରୁ । ଯାହାକୁ ଦାୟିତ୍ବ ସଂପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ବ ଦେଇଛନ୍ତି ସେ ତାକୁ ପାଳନ କରନ୍ତୁ । ବାକି ଲୋକ ବିଚାର କରିବେ । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.