ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି, ବିଜେପି ସରକାର କରିବା ସହ ସେବା କରିବାର ସୁଯୋଗ ପାଇବ

Published By : Prameya-News7 Bureau | October 05, 2024 IST

ଭୁବନେଶ୍ବର ୫/୧୦: ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଢିବ ବିଜେପି  । ଲୋକଙ୍କ ଆଶୀର୍ବାଦ ମିଳୁଥିବା ଦେଖାଯାଉଛି । ହରିୟାଣା ନିର୍ବାଚନ ପ୍ରସଙ୍ଗରେ ତୃତୀୟ ଥର ସରକାର ଗଢିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ନିର୍ବାଚନ ଭଲରେ ଆରମ୍ଭ ହୋଇଛି । ଏଥର ବି ବିଜେପି ସରକାର ଗଠନ କରିବା ସହ ସେବା କରିବାର ସୁଯୋଗ ପାଇବ ।


ଶନିବାର ହରିୟାଣାର ୯୦ ବିଧାସଭା ଆସନ ପାଇଁ ମତଦାନ ଚାଲିଛି । ୨କୋଟିରୁ ଅଧିକ ଭୋଟର୍‌ ମତ ସାବ୍ୟସ୍ତ କରୁଛନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ଏହି ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ । ବିଜେପି ପୁଣି ନିର୍ବାଚନ ଜିତି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଛି । ସେପଟେ ହରିୟାଣା ହାତେଇବାକୁ କଂଗ୍ରେସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି । ଲୋକଙ୍କ ମତ କାହା ସପକ୍ଷରେ ଯାଉଛି, ୮ ତାରିଖ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.