ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠର ଭୂମିକା ଗୁରୁତ୍ବପୂର୍ଣ୍ଣ, ଏବେ ସୁଦ୍ଧା ଆସିଛି ୯୯% ଅଭିଯୋଗ

Published By : Prameya-News7 Bureau | July 01, 2024 IST

ଭୁବନେଶ୍ବର ୧/୭: ସରକାର ଓ ଜନତାଙ୍କ ମଧ୍ୟରେ ଭାଙ୍ଗିଯାଇଛି ପାଚେରୀ । ଗତ କିଛି ବର୍ଷ ଧରି ଉଭୟଙ୍କ ମଧ୍ୟରେ ଲୌହ ପାଚେରୀ ଥିବାରୁ ସମସ୍ୟାର ସମାଧାନ ହୋଇପାରୁନଥିଲା । ଆଜି ତାହା ଭାଙ୍ଗିଦିଆଯାଇଛି । ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଗୁହାରୀ ଶୁଣିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ସରକାର-ଜନତାଙ୍କ ମଧ୍ୟରେ ପାଚେରୀ ଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନଥିଲା । ଏବେ ସେ ପାଚେରୀ ଭଙ୍ଗାଯାଇ ପୁଣି ଲୋକଙ୍କ ସହ ଯୋଡିହେଲେ ସରକାର ଆଉ ଅଭିଯୋଗ ଶୁଣିଲେ ।

ପୂର୍ବରୁ ଅନେକ ଲୋକ ନ୍ୟାୟ ପାଇବାରୁ ବଂଚିତ ହେଉଥିଲେ । ଯଦି ସରକାର ଅଭିଯୋଗ ନଶୁଣିବେ ଲୋକଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ । ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠର ଗୁରୁ୍ତ୍ବ ରହିଛି । ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି,ସବୁଠି ଅଭିଯୋଗ ଶୁଣାଣି ଚାଲିଛି । ଏବେ ଓଡ଼ିଶାରେ ସୁସ୍ଥ ବାତାବରଣ ସୃଷ୍ଟି ହେବ । ସବୁ ସୋମବାର ଏହି କାର୍ଯ୍ୟକ୍ରମ ଚାଲିବ । ବର୍ତ୍ତମାନ ସୁଦ୍ଧା ୯୯ ପ୍ରତିଶତ ଅଭିଯୋଗ ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.