୫ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଏବେବି ସ୍ୱାଭାବିକ ଠାରୁ ୨୬% କମ୍

Published By : Prameya-News7 Bureau | July 03, 2024 IST

Internet

ଭୁବନେଶ୍ୱର ୦୩।୦୭ : ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ସକାଳ ସୁଦ୍ଧା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁରରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୬ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ପରବର୍ତ୍ତୀ ସମୟରେ ବର୍ଷା ଲାଗି ରହିବ।

ତେବେ ଜୁନ୍ ୧ରୁ ଆଜି ସୁଦ୍ଧା ମୌସୁମୀ ସମୟରେ ରାଜ୍ୟରେ ସ୍ବାଭାବିକ ଭାବେ ୨୨୭ ମିମି ବର୍ଷା ହେବା କଥା। ମାତ୍ର ଏବର୍ଷ ୧୬୮.୭ ମିମି ହୋଇଛି, ଯାହାକି ସ୍ବାଭାବିକଠାରୁ ୨୬% ନିଅଣ୍ଟିଆ। ମାଲକାନଗିରିରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ନିଅଣ୍ଟିଆ ସ୍ଥିତି ଲାଗିରହିଛି। ୧୧ଟି ଜିଲ୍ଲାରେ ସ୍ବାଭାବିକ ଏବଂ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.