ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଉପସ୍ଥିତ ଅଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ

Published By : Prameya-News7 Bureau | July 03, 2024 IST

ଭୁବନେଶ୍ୱର ୦୩।୦୭ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମନ୍ତ୍ରୀମାନଙ୍କୁ ନେଇ ବସିଛି ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିଛନ୍ତି । 

ଖବର ଅନୁଯାୟୀ, ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଉପସ୍ଥିତ ଅଛନ୍ତି ଅନେକ ବିଭାଗର ମନ୍ତ୍ରୀ । କେଉଁ ବିଭାଗରେ ଆଗକୁ କେମିତି କାମ କରାଯିବ। ସେନେଇ ଚାଲିଛି ଆଲୋଚନା । ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ନେଇ ହେଉଛି ଆଲୋଚନା । ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀ ମାନଙ୍କୁ କେନ୍ଦ୍ରର ମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ, ରାଜସ୍ୱ, ଗଣଶିକ୍ଷା, ପୂର୍ତ୍ତ, ଜଙ୍ଗଲ ଓ ପରିବେଶ, କୃଷି ବିଭାଗର ମନ୍ତ୍ରୀ ଉପସ୍ଥିତ ଥିବା ସୂଚନା ମିଳିଛି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.