ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ଅଣସର ଘରେ ଚାଲିଛି ଗୁପ୍ତ ଚିକିତ୍ସା

Published By : Prameya-News7 Bureau | June 29, 2024 IST

ପୁରୀ ୨୯।୦୬ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ଅଣସର ଘରେ ଚାଲିଛି ଗୁପ୍ତ ଚିକିତ୍ସା। ଶ୍ରୀବିଗ୍ରହଙ୍କ ଓଦା ଲୁଗା ଓଲାଗି, ଶ୍ରୀଅଙ୍ଗ ଫିଟା ପରେ ପଞ୍ଚମୀ ତିଥିରେ ଫୁଲୁରି ତେଲ ଶ୍ରୀଅଙ୍ଗରେ ଲାଗି ହୋଇଥିଲା। 

ସେହିପରି ଶୁକ୍ରବାର ଷଷ୍ଠୀ ତିଥିରେ ସୁଦ୍ଧ ସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଶନିବାର ଅଣସରର ସପ୍ତମ ଦିନରେ ମହାପ୍ରଭୁଙ୍କୁ ଓଷ ଲାଗି କରାଯାଉଥିବା ବେଳେ ଏହା ଆସନ୍ତା ଦଶମୀ ପର୍ଯ୍ୟନ୍ତ ଚାଲିବ। ସେପଟେ ରଥଯାତ୍ରା ଆଉ ମାତ୍ର ୮ ଦିନ ଥିବାରୁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। 

  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.