ସ୍ତ୍ରୀ ମୃତ୍ୟୁ ପରେ ଡାକ୍ତଖାନାରୁ ସ୍ବାମୀ ଫେରାର, ଘରେ ଖାଇବା ପରେ ହୋଇପଡିଥିଲେ ଅସୁସ୍ଥ

Published By : Prameya-News7 Bureau | July 01, 2024 IST

ବିନିକା ୦୧/୦୭: ସ୍ତ୍ରୀର ମୃତ୍ୟୁ ହୋଇ ଯାଇଥିବା ଖବର ପାଈ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି ସ୍ବାମୀ l ସୁବର୍ଣ୍ଣପୂର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅର୍ନ୍ତଗତ ପିପିଲିପାଲି ଗ୍ରାମର ସୁଦାମା ବାଗଙ୍କ ସ୍ତ୍ରୀ ସରସ୍ଵତୀ ବାଗ ଘରେ ଖାଇ ସରିବା ପରେ ହଠାତ୍ ତଳେ ପଡ଼ିଯାଇଥିଲେ l 

ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଳି ଡାକ୍ତରଖାନାକୁ ଆଣିଥିଲେ l ଗତ ରାତ୍ରୀରେ ସରସ୍ୱତୀ ବାଗଙ୍କୁ ପରିବାର ଲୋକେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ରାତି ୧୦ଟା ସମୟରେ ଆଣିଥିଲେ । ଡାକ୍ତରଖାନାକୁ ପହଞ୍ଚିବା ପରେ ଡାକ୍ତର ଦେଖି ତାକୁ ମୃତ ଘୋଷଣା କରିଥିଲେ । 

ସୁଦାମ ବାଗ ସ୍ତ୍ରୀ ସରସ୍ଵତୀ ବାଗର ମୃତ୍ୟୁ ହୋଇଯାଇଥିବା ଶୁଣି ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି l ରବିବାର ରାତି ସମୟରୁ ସୁଦାମ ବାଗ ଘରୁ ଆସୁଛି ବୋଲି କହି ଏ ପର୍ଯ୍ୟନ୍ତ ଆସିନାହାନ୍ତି l ମୃତ ମହିଳା ସରସ୍ୱତୀ ବାଗଙ୍କ ୭ ମାସର ଝିଅ ଓ ୪ ବର୍ଷ ର ପୁଅ ଅଛନ୍ତି । ଏ ନେଇ ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରୀ ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.