ବୁର୍ଲା ବୋର୍ଡ କଲୋନୀରେ ଚୋରି, ଘରେ କେହି ନଥିବାର ସୁଯୋଗ ନେଇ ବୁଲାଇଲେ କଳାକନା

Published By : Prameya-News7 Bureau | July 01, 2024 IST

ସମ୍ୱଲପୁର ୦୧/୦୭: ବୁର୍ଲା ବୋର୍ଡ କଲୋନୀରେ ବଡ ଧରଣର ଚୋରି । ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଚୋରି । ଚୋରି କରି ନେଲେ ଲକ୍ଷାଧିକ ଟଂକାର ସୁନା ଅଳଙ୍କାର । 

ସୂଚନାଥାଉକି, ବୁର୍ଲା ବୋର୍ଡ କଲୋନୀର ମନୋଜ ପାତ୍ର ଘର ଛାଡି କୁଆଡେ ପରିବାର ସହ ଗତ ସନ୍ଧ୍ଯା ସମୟରେ ଯିବା ସହ ସାମାନ୍ଯ ବିଳମ୍ବରେ ଘରକୁ ଆସିଥିଲେ । ତେବେ ସେହି ସମୟରେ ସୁଯୋଗ ପାଇ କିଛି ଦୁର୍ବୃତ୍ତ ଘରେ ପଶି ଗୋଟିଏ ସୁନା ହାର, ଗୋଟିଏ ସୁନା ଚେନ୍, ଦୁଇଟି କାନ ଫୁଲ, ୬୫ ହଜାର ଟଂକା ଚୋରି କରି ଫେରାର ମାରିଛନ୍ତି । 

ତେବେ ରାତିରେ ଘରକୁ ଆସିବା ପରେ ମନୋଜ ଘର ଗେଟ୍ ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ପରେ ଘର ଭିତରକୁ ଗଲା ପରେ ସବୁ ସୁନା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଫଳରେ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.