ରାସ୍ତାକଡ଼କୁ ଖସିଲା ବାଇକ୍‌, ଘଟଣାସ୍ଥଳରେ ଚାଲିଗଲା ଆରୋହୀଙ୍କ ଜୀବନ

Published By : Prameya-News7 Bureau | June 29, 2024 IST

ଜଳେଶ୍ୱର ୨୯।୦୬ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବାଇକ୍‌ । ଘଟଣାସ୍ଥଳରେ ଚାଲିଗଲା ଜଣେ ବାଇକ୍ ଆରୋହୀଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଲଙ୍ଗଳେଶ୍ୱର-ଜାମଶୁଳୀ ରାସ୍ତା ବୁଡିଆଁ ଛକରେ ଘଟିଛି ଏହି ଦୁର୍ଘଟଣା । 

ଖବର ଅନୁଯାୟୀ, ଆରୋହୀ ଜଣଙ୍କ ବାଇକରେ କୌଣସି କାମରେ ଯାଉଥିବା ବେଲେ ସିଂଲା ଥାନା ଲଙ୍ଗଳେଶ୍ୱର-ଜାମଶୁଳୀ ରାସ୍ତା ବୁଡିଆଂ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ରୁପ୍‌ସା ଥାନା ଆଙ୍କୋ ଗାଁର ବୋଲି ଜଣାପଡିଛି । ହେଲେ ତାଙ୍କର ନାଁ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ସେପଟେ ସିଂଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.