ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେବ ମିସାଇଲ, ପରୀକ୍ଷଣ ନେଇ ପ୍ରସ୍ତୁତି ଚୂଡାନ୍ତ

Published By : Prameya-News7 Bureau | July 24, 2024 IST

ବାଲେଶ୍ଵର ୨୪।୭: ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି  LC -3ରେ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ୪ ଗୋଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୧୦ଗାଁର ମୋଟ୍ ୧୦,୫୮୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଜୟଦେବକସବାରୁ ୨୭୨୫ ଜଣ, ଭୀମପୁରରୁ ୧୮୨୩ ଜଣ, ସାହାଜାନଗରରୁ ୪୭୭ ଜଣ, କୁସୁମୁଳୀ ୧୩୦୭ ଜଣ, ଖଡୁପାହିରୁ ୮୦୩ ଜଣ, ତୁଣ୍ଡରା ୪୦୮ ଜଣ, ଛଚିନାରୁ ୪୭୯ ଜଣ, ଦୋମୁହାଁ ପାଟଣାରୁ ୪୧ ଜଣ, କଣ୍ଟର୍ଦାରୁ ୩୯୧ ଜଣ ଓ ବର୍ଦ୍ଧନପୁରରୁ ୨୧୨୭ ଅଞ୍ଚଳର ମୋଟ ୧୦,୫୮୧ ଲୋକଙ୍କ ପୁନର୍ବାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି ।

You Can Read:

ବୁଧବାର ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.