ଭୁବନେଶ୍ବର ୫।୧୨: ଚାଷୀ ଓ ଚାଷକୁ ନେଇ ରାଷ୍ଟ୍ରପତିଙ୍କ ଟିପ୍ସ । ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ ଚାଷ ପ୍ରତି ଆଗ୍ରହ ହେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । କୃଷି ବୈଜ୍ଞାନିକମାନଙ୍କ ଅବଦାନ ଆମ ପାଇଁ ଯଥେଷ୍ଟ ଅଧିକ ରହିଛି । କୃଷକ କଲ୍ୟାଣ ପାଇଁ ସରକାରୀ ଯୋଜନା, ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କୃଷି ଭାଇଭଉଣୀଙ୍କ ପାଇଁ ଉପାଦେୟ ହୋଇଛି । କୃଷି କାର୍ଯ୍ୟକୁ ଆଗେଇ ନେବାକୁ ଆମ ପାଖରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ରହିଛି । ଚାଷ କ୍ଷେତ୍ରରେ ନାନୋ ଟେକ୍ନୋଲୋଜି, କୃତ୍ରିମ ବୁଦ୍ଧିମତା, ରିମୋଟ୍ ସେନନ୍ସନିଂ ଭଳି ସମୟ ଉପଯୋଗୀ ଜ୍ଞାନକୌଶଳ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । କୃଷି ଉତ୍ପାଦନ କ୍ଷେତ୍ରରେ ଅଦ୍ଭତପୂର୍ବ ସଫଳତା ପାଇଛି ଭାରତ । ଏବେ ଭାରତ ଅନ୍ୟ ଦେଶକୁ କୃଷି ସାମଗ୍ରୀ ରପ୍ତାନୀ କରୁଛି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ଚାଷ ଅଛି ଯାହାର କି ଆନନ୍ଦ ତାହାର, ସିଏ ସିନା ଦୁନିଆକୁ ଯୋଗାଉଛି ଆହାର ଓଡିଆ ଗୀତ ଗାଈ ଚାଷ ଓ ଚାଷୀଙ୍କ ମନୋବଳ ବଢାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସମାବର୍ତ୍ତନ ଉତ୍ସବ ଅବସରରରେ ୪ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଆଟମିକ୍ ଏନର୍ଜି କମିସନ ଅଧ୍ୟକ୍ଷ ତଥା ଆଟମିକଏନର୍ଜି ବିଭାଗର ସଚିବ ଅଜିତ କୁମାର ମହାନ୍ତି, ୟୁଏସ୍ଏ ସ୍ଥିତ ଏନ୍ଆଇଏଫ୍ଏ ନିର୍ଦ୍ଦେଶକ ମଞ୍ଜିତ ମିଶ୍ର, ନ୍ୟାସନାଲ୍ ଏକାଡେମୀ ଅଫ ଭେଟେନାରୀ ସାଇନ୍ସର ସଭାପତି ପ୍ରକାଶ ରାଓ ଭେଙ୍କଟରମଣ ଦୁଭରିଓଙ୍କ ସମେତ ଓଡ଼ିଶାର ମିଲେଟ୍ ରାଣୀ ଭାବେ ପରିଚିତ ରାଇମତୀ ଘିଉରିଆ । ସମାବର୍ତ୍ତନ ଉତ୍ସବରେ ସମସ୍ତଙ୍କ ନଜର ଥିଲା ମିଲେଟ୍ କୁଇନ ରାଇମତୀ ଘିଉରିଆଙ୍କ ଉପରେ । ସାରା ଭାରତରେ ମାଣ୍ଡିଆ ରାଣୀ ଭାବେ ପରିଚିତ ଲାଭ କରିଥିବା କୋରାପୁଟର ଆଦିବାସୀ ମହିଳା ଚାଷୀ ତଥା ବହୁ ପୁରାତନ ଶସ୍ୟ ସଂଗ୍ରହକାରୀ ଜି ୨୦ ଫେମ୍ ରାଇମତୀ ଘିଉରିଆଙ୍କୁ ମିଳିଛି ଡକ୍ଟରେଟ୍ ଉପାଧି । ସଫଳ ପୁରାତନ ବିହନ ସଂଗ୍ରହକାରୀ ସହ ଜଣେ ସଫଳ ଆଦିବାସୀ ମହିଳା ଚାଷୀ । ବିରଳ ପୁରାତନ ମାଣ୍ଡିଆ ଓ ଧାନ ବିହନ ସଂଗ୍ରହକାରୀ । ଆଗାମୀ ପିଢ଼ି ପାଇଁ ସାଜିଛନ୍ତି ପ୍ରେରଣା । ମାଣ୍ଡିଆକୁ ଗ୍ଲୋବାଲ କରିବା ହେଉ କି ଚାଷ ପ୍ରତି ଅବଦାନ ତାଙ୍କୁ ଦେଇଛି ସମ୍ମାନ । ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଗ୍ରହଣ କରିଛନ୍ତି ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି । ଏହା ତାଙ୍କୁ ଉତ୍ସାହ ଆଣିବା ସହ ଆଗାମୀ ଦିନରେ ଚାଷ ଉନ୍ନତି ଦିଗରେ କାମ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ରାଇମତୀ ଘିଉରିଆ ।
ଏହି ଅବସରରେ ୭୨୫ ଜଣଙ୍କୁ ଗ୍ରାଜୁଏଟ୍ ଡିଗ୍ରୀ, ୪୮୦ ଜଣକୁ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ, ୧୧୮ ଜଣକୁ ପିଏଚଡି ଡିଗ୍ରୀ, ୧୧୭ ଜଣକୁ ଗୋଲ୍ଡ ମେଡାଲ ସହ ୪ ଜଣଙ୍କୁ ଡକ୍ଟରେଟ୍ ଉପାଧି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି ।
You Can Read:
ରାଜଧାନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ସନ୍ଦେହ