FAQ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରମାଇଜ୍ କରିହେବନି, କେତେ କୋହଳ କରିହେବ ନିଷ୍ପତ୍ତି ନେବେ ଜିଲ୍ଲାପାଳ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | December 26, 2024 IST

ଭୁବନେଶ୍ବର ୨୬।୧୨: FAQ ମାନରେ କେତେ କୋହଳ କରିହେବ, ସେନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ଜିଲ୍ଲା ସ୍ତରରେ ଚାଷୀ ଏବଂ ଜିଲ୍ଲାପାଳ ବସି ନିଷ୍ପତ୍ତି କରିବେ । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । FAQ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରମାଇଜ୍ କରିହେବନି । କାହିଁକି ନା ଏଫ୍‌ସିଆଇ ଚାଉଳ ନେବନି, ପଡିରହିବ ଏବଂ ନଷ୍ଟ ହେବ । ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେବେ କେତେ କୋହଳ କରିହେବ । 

ରାଜସ୍ବ ମନ୍ତ୍ରୀ କହିଛନ୍ତି, ଯେଉଁ ମାନଙ୍କର କ୍ଷତି ହେବ ସେମାନେ କ୍ଷତିପୂରଣ ପାଇବେ । ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେ ରିପୋର୍ଟ ଦେବେ । ଏହାସହ କୁହାଯାଇଛି ଯେତେ କୋହଳ କରିହେବ କରନ୍ତୁ, ଚାଷୀଙ୍କୁ ଫେରାନ୍ତୁ ନାହିଁ । ଯେତେ ନେଇ ହେବ ନିଅନ୍ତୁ । ପୁରା ନଷ୍ଟ ହେଇଥିଲେ ନେଇ ହେବନି । ଜିଲ୍ଲାସ୍ତରରେ ଚାଷୀ, ମିଲର, ପ୍ରଶାସନ ବସି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । 

You Can Read:

ଟ୍ରକରେ ଯାଉଥିଲା ବିଦ୍ୟୁତ ଖୁଣ୍ଟ, ଅଧାରାସ୍ତାରେ ଛିଣ୍ଡି ଗଲା ବନ୍ଧା ହୋଇଥିବା ଚେନ୍…

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.