ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶ୍ନ, କହିଲେ ବିଲ୍ ନେଇ ରାଜ୍ୟପାଳଙ୍କ ନିକଟରେ କଣ ରହିଛି କ୍ଷମତା?

Published By : Prameya-News7 Bureau | May 15, 2025 IST

ନୂଆଦିଲ୍ଲୀ ୧୫/୦୫: ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପଶ୍ନ । ପାଖାପାଖି ୧୪ ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାରଣ ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ତାମିଲନାଡୁ ସରକାର ଏହି ମାମଲାରେ ଶୁଣାଣି ସୁପ୍ରିମକୋର୍ଟ ଦେଇଥିବା ରାୟର ମାସେ ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

ରାଷ୍ଟ୍ରପତି ସର୍ବୋଚ୍ଚ ଅଦାଲତଙ୍କୁ ଚିଠି ଲେଖି ରାଜ୍ୟପାଳମାନଙ୍କୁ ବିଲକୁ ଅନୁମୋଦନ କରିବାକୁ ସମୟସୀମା ଲାଗୁ କରାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ସମ୍ବିଧାନର ଧାର ୧୪୩ ଆଧାରରେ ରାଷ୍ଟ୍ରପତି ସୁପ୍ରିମକୋର୍ଟକୁ ପ୍ରଶ୍ନ କରିଛନ୍ତି । ଏହି ଧାରା ମାଧ୍ୟମରେ ରାଷ୍ଟ୍ରପତି କୌଣସି ଆଇନଗତ ସମସ୍ୟା ଉପରେ କୋର୍ଟଙ୍କ ସହ ପରାମର୍ଶ କରିପାରିବେ । 

ଧାରା ୨୦୦ ଅନୁଯାୟୀ ଏକ ବିଲ୍ ଉପସ୍ଥାପନ କରାଯିବା ସମୟରେ ରାଜ୍ୟପାଳ ତାଙ୍କ ପାଖରେ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବା ସମୟରେ ମନ୍ତ୍ରୀ ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ପରାମର୍ଶରେ କ'ଣ ରାଜ୍ୟପାଳ ଆବଦ୍ଧ ବୋଲି ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି । 

ରାଷ୍ଟ୍ରପତି ପଚାରିଛନ୍ତି ଜଣେ ରାଜ୍ୟପାଳଙ୍କ ସାମ୍ବିଧାନିକ ବିବେଚନାର ପ୍ରୟୋଗ କୋର୍ଟରେ ବିଚାର ସାପେକ୍ଷ କି ? ସେ ସମ୍ବିଧାନର ଧାରା ୩୬୧ ଉଦ୍ଧୃତ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ପଦବୀର କ୍ଷମତା ଓ କର୍ତ୍ତବ୍ୟ ପାଳନ ପାଇଁ କୌଣସି କୋର୍ଟଙ୍କ ନିକଟରେ ଉତ୍ତରଦାୟୀ ହେବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.