କଂଗ୍ରେସର ଅଭିଯୋଗ, ରାଷ୍ଟ୍ରପତି ଅଫିସ୍ କେବଳ ପ୍ରତୀକରେ ସୀମିତ ହେଲାଣି: ନୂଆ ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବକୁ ବୟକଟ୍ କରିବେ ବିରୋଧୀ !

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ: ୨୦୨୦ ଡିସେମ୍ବର ମାସରେ ନୂଆ ସଂସଦ ଭବନ ନିର୍ମାଣ ଆରମ୍ଭ ହୋଇଥିଲା। ଏହି ଦିନ ଭିତ୍ତିପ୍ରସ୍ତର ସ୍ଥାପନା ହୋଇଥିଲେ ବି କୌଣସି ବିରୋଧୀ ଦଳର ନେତା ଏଥିରେ ଯୋଗ ଦେଇନଥିଲେ। କାରଣ ସଂସଦର ଭବନ ନିର୍ମାଣ ସମୟକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଏହି ସମୟରେ କୃଷକ ଆନ୍ଦୋଳନ, କରୋନା ଯୋଗୁ ଭାରତର ଅର୍ଥନୀତି ଦୁର୍ବଳ ହୋଇଯାଇଥିବା ବେଳେ ଏତେ ଟଙ୍କା ଖର୍ଚ୍ଚ କରି ନୂଆ ସଂସଦ ଭବନ ନିର୍ମାଣ କରିବାକୁ ସମସ୍ତେ ବିରୋଧ କରିଥିଲେ।

PM Modi makes a surprise visit to new Parliament building; see pictures -  BusinessToday

ଏବେ ସଂସଦ ଭବନ ନିର୍ମାଣ ହୋଇସାରିଛି। ମେ ୨୮ ତାରିଖରେ ବୀର ଦାମୋଦର ସାବରକରଙ୍କର ଜୟନ୍ତୀରେ ଏହାର ଉଦ୍‌ଘାଟନ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଏହାର ଉଦ୍‌ଘାଟନ କରିବେ। ଏହା ପୂର୍ବରୁ ବିନା ବିରୋଧରେ ମୋଦୀ ଏକାକୀ ଏହାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନା କରିଥିଲେ।

ଏବେ ଶୁଣିବାକୁ ମିଳିଲାଣି ଯେ ଉଦ୍‌ଘାଟନୀ କାର୍ଯ୍ୟରେ ମଧ୍ୟ ବିରୋଧୀମାନେ ଯୋଗ ଦେଇ ନପାରନ୍ତି। ସମସ୍ତ ବିରୋଧୀ ମିଳିତ ହୋଇ ନୂଆ ସଂସଦ ଭବନକୁ ବୟକଟ୍ କରିବେ ବୋଲି କୁହାଯାଉଛି। ଅଧିକାଂଶ ନେତା ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘଟାନକୁ ବିରୋଧ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଉଦ୍‌ଘାଟନ କରନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି।

Prime Minister to inaugurate new Parliament building on May 28 - The Hindu

ଅନ୍ୟପଟେ ଶାବରକରଙ୍କ ଜୟନ୍ତୀରେ ନୂଆ ସଂସଦ ଭବନରେ ଉଦ୍‌ଘାଟନ ହେଉଥିବାରୁ କଂଗ୍ରେସକୁ ଏକଥା ପସନ୍ଦ ଆସୁ ନାହିଁ। ସେପଟେ ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀ ଦଳକୁ ଚେତାଇ ଦେଇ କହିଛି ଯେ ସାବରକରଙ୍କ ବିରୋଧରେ ଯେମିତି କିଛି ନ କୁହ। ସେହିପରି ଏନ୍‌ସିପି ନେତା ଶରଦ ପାୱାର ମଧ୍ୟ ସାବରକରଙ୍କ ବିରୋଧରେ ମନ୍ତବ୍ୟ ଦେବାରୁ କଂଗ୍ରେସ ଦୂରେଇ ରହୁ ବୋଲି କହିଛନ୍ତି।

ଅନ୍ୟପଟେ ବିଜେପିର ଏହି କାଣ୍ଡକୁ ବିରୋଧ କରି କଂଗ୍ରେସ ନେତା ଜୟରାମ ରମେସ କହିଛନ୍ତି ଆମର ସଂସ୍ଥାପକ ପିତାମାତାଙ୍କୁ ଅପମାନ କରାଯାଇଛି।,ଗାନ୍ଧୀ, ନେହରୁ, ପଟେଲ, ବୋସ ସମସ୍ତଙ୍କୁ ଅଣଦେଖା କରାଯାଇଛି। ବି.ଆର୍ ଆମ୍ବେଦକରଙ୍କର ଘୋର ଅବମାନନା କରାଯାଇଛି ବୋଲି ଶ୍ରୀ ରମେଶ କହିଛନ୍ତି।

New Parliament building likely to be inaugurated by May end | Latest News  India - Hindustan Times

ସେହିପରି ରାହୁଲ ଗାନ୍ଧୀ ମଧ୍ୟ ସଂସଦ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନ କରି ରାଷ୍ଟ୍ରପତି କରିବା ଉଚିତ ବୋଲି କହିଛନ୍ତି। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମାମଲାକୁ ଦଳିତ ଓ ଆଦିବାସୀଙ୍କ ସହ ଯୋଡ଼ିଛନ୍ତି।

ସେ କହିଛନ୍ତି ଯେ ଏମିତି ଲାଗୁଛି ଯେ କେବଳ ନିର୍ବାଚନ ମହତ୍ୱାକାଂକ୍ଷାକୁ ଦୃଷ୍ଟିରେ ରଖି ଦଳିତ ଓ ଆଦିବାସୀ ସମ୍ପ୍ରଦାୟରୁ ରାଷ୍ଟ୍ରପତି ନିର୍ବାଚିତ କରିଛନ୍ତି। କାରଣ ନୂଆ ସଂସଦ ଭବନ ଭିତ୍ତି ପ୍ରସ୍ତର ସ୍ଥାପନା ବେଳେ ରାମନାଥ କୋବିନ୍ଦଙ୍କୁ ଡକାଯାଇ ନଥିଲା କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବି ଉଦ୍‌ଘାଟନ ଉତ୍ସବରେ ନିମନ୍ତ୍ରଣ ନାହିଁ ବୋଲି ଖଡ଼ଗେ କହିଛନ୍ତି।

PM Modi to inaugurate new Parliament building on May 28 |  www.lokmattimes.com

ସଂସଦ ଭବନ ଉଦ୍‌ଘାଟନ ନେଇ ମୋଦୀଙ୍କୁ ଟାର୍ଗେଟ୍ କରି ଖଡ଼ଗେ ଆହୁରି କହିଛନ୍ତି ଯେ ଭାରତ ଭଳି ଗଣତାନ୍ତ୍ରୀକ ରାଷ୍ଟ୍ରରେ ସଂସଦ ସର୍ବୋଚ୍ଚ ଲେଜିସଲେଟିଭ୍ ବଡି। ଆଉ ରାଷ୍ଟ୍ରପତି ହେଉଛନ୍ତି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଧାରୀ। ସେ ଏକାକୀ ସରକାର, ବିରୋଧୀ ଓ ଦେଶର ନାଗରିକଙ୍କର ପ୍ରତିନିଧିତ୍ୱ କରନ୍ତି।

ସେ ଦେଶର ପ୍ରଥମ ନାଗରିକ। ତେଣୁ ତାଙ୍କ ଦ୍ୱାରା ନୂଆ ସଂସଦ ଭବନରେ ଉଦ୍‌ଘାଟନ ହେଲେ ସରକାରଙ୍କର ଗଣତନ୍ତ୍ର ପ୍ରତି ଥିବା ମୂଲ୍ୟବୋଧର ଏହା ପରିଚାୟକ ହେବ ଓ ଗଣତନ୍ତ୍ରର ମର୍ଯ୍ୟାଦା ରହିବ। ହେଲେ ମୋଦୀ ସରକାର ବାରମ୍ବାର ଏହି ମର୍ଯ୍ୟାଦାର ଅପମାନ କରିଛନ୍ତି। ଆର୍‌ଏସ୍ଏସ୍ ଓ ବିଜେପି ଶାସନ କାଳରେ ଭାରତର ରାଷ୍ଟ୍ରପତି କେବଳ ପ୍ରତୀକ ହୋଇ ରହିଯାଇଛନ୍ତି ବୋଲି ଖଡ଼ଗେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.