ନୂଆଦିଲ୍ଲୀ, ୨୭/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ମଧ୍ୟପ୍ରଦେଶ ଗସ୍ତରେ ଯାଇଛନ୍ତି। ମୋଦୀ ଭୋପାଳରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୦ ଲକ୍ଷ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହ ପିଏମ ମୋଦୀ ଦରବୃଦ୍ଧି, ସମାନ ନାଗରିକ ସଂହିତା, ଦୁର୍ନୀତି, ଟ୍ରିପଲ ତଲାକ ଏବଂ ପସମାନ୍ଦା ମୁସଲମାନ ଭଳି ଅନେକ ପ୍ରସଙ୍ଗରେ ମଧ୍ୟ କହିଛନ୍ତି।
ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀ ମେଣ୍ଟ ଉପରେ ବର୍ଷିଛନ୍ତି। ପିଏମ ମୋଦୀ ବିରୋଧୀଙ୍କୁ ଦୟାର ପାତ୍ର ଏବଂ ଦୁର୍ନୀତିଖୋରଙ୍କ ମେଳି ବୋଲି କହିଛନ୍ତି। ପିଏମ ମୋଦୀ କହିଛନ୍ତି ’’ ଭାଜପାକୁ ଘୋର ବିରୋଧ କରୁଥିବା ଦଳମାନେ ୨୦୧୪ ଏବଂ ୨୦୧୯ ରୁ ଛଟପଟ ହେଉଛନ୍ତି। ଏମାନଙ୍କର ଏହି ବ୍ୟାକୁଳତାରୁ ହିଁ ଦେଖାଯାଉଛି ଯେ, ଦେଶର ଜନତା ୨୦୨୪ର ନିର୍ବାଚନରେ ଭାଜପାକୁ ପୁଣି ଆଣିବାକୁ ମନ ବଳାଇଛନ୍ତି। ୨୦୨୪ରେ ପୁଣି ଥରେ ଭାଜପାର ପ୍ରଚଣ୍ଡ ବିଜୟ ନିଶ୍ଚିତ, ଏହି କାରଣରୁ ସବୁ ବିରୋଧୀ ଦଳ ବ୍ୟଥିତ।’’
ଏମାନେ ଦେଇପାରିବେ ୨୦ ଲକ୍ଷ କୋଟି ଘୋଟାଲାର ଗ୍ୟାରେଣ୍ଟି:
ପିଏମ ମୋଦୀ କହିଛନ୍ତି ଯେ, ‘‘ଆଜିକାଲି ବାରମ୍ବାର ଏକ ଶବ୍ଦ ଉଠୁଛି ‘ଗ୍ୟାରେଣ୍ଟି’। ପ୍ରକୃତରେ ଏହି ସବୁ ବିରୋଧୀ ଦଳ ଗ୍ୟାରେଣ୍ଟି ଦେଉଛନ୍ତି ଦୁର୍ନୀତିର, ଏମାନଙ୍କ ଗ୍ୟାରେଣ୍ଟି ହେଉଛି ଲକ୍ଷ-କୋଟି ଟଙ୍କାର ଘୋଟାଲାର।’’ ନିକଟରେ ପାଟନାରେ ନୀତୀଶ କୁମାରଙ୍କ ନେତୃତ୍ବରେ ବୈଠକ ବିଷୟରେ କହି ପିଏମ ମୋଦୀ କହିଛନ୍ତି ଯେ, ‘‘କିଛି ଦିନ ପୂର୍ବେ ଏମାନେ ସାଙ୍ଗରେ ଫଟୋ ଉଠାଇବା କାର୍ଯ୍ୟକ୍ରମ କରିଥିଲେ।’’ ଏଥିରେ ଥିବା ସବୁ ଲୋକଙ୍କୁ ମିଶାଇ ସମୁଦାୟ କଲେ ଏମାନଙ୍କର ପ୍ରାୟ ୨୦ ଲକ୍ଷ ଟଙ୍କା କୋଟି ଟଙ୍କାର ଘୋଟାଲାର ଗ୍ୟାରେଣ୍ଟି ରହିଛି।’’
ଆହୁରି ପଢ଼ନ୍ତୁ: ଭାଙ୍ଗିଲା ମୋହ, ବିଜେପି ଛାଡ଼ି ହାତ ଧରିଲେ ରାକେଶ ଗୁପ୍ତା, ଥିଲେ ସିନ୍ଧିଆଙ୍କ ଘନିଷ୍ଠ
କେବଳ କଂଗ୍ରେସର ରହିଛି ଲକ୍ଷ-କୋଟିର ଦୁର୍ନୀତି:
ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ କଂଗ୍ରେସର ଘୋଟାଲ ଲକ୍ଷ-କୋଟିରେ ରହିଛି। ଏକ ଲକ୍ଷ ୮୬ କୋଟିର କୋଇଲା ଘୋଟାଲା, ଏକ ଲକ୍ଷ ୭୬ ହଜାର କୋଟିରୁ ଟୁଜି ଘୋଟାଲା, ୭୦ ହଜାର କୋଟିର କମନଓ୍ବେଲ୍ଥ ଘୋଟାଲା, ୧୦ ହଜାର କୋଟିର ମନରେଗା ଘୋଟାଲା, ହେଲିକପ୍ଟରରୁ ବୁଡ଼ାଜାହଜ ପର୍ଯ୍ୟନ୍ତ ଏଭଳି କୌଣସି କ୍ଷେତ୍ର ନାହିଁ ଯାହା କଂଗ୍ରେସର ଘୋଟାଲାର ଶିକାର ହୋଇନାହିଁ।
ଅନ୍ୟଟି ଆରଜେଡି ଉପରେ ହଜାର କୋଟି ଘୋଟାଲାର ଅଭିଯୋଗ ରହିଛି। ଚାରା ଘୋଟାଲା, ଅଲକତରା ଘୋଟାଲା ଭଳି ଏତେ ଘୋଟାଲା ରହିଛି ଯେ ଅଦାଲତ ମଧ୍ୟ ଥକି ଯାଇଛନ୍ତି। ଡିଏମକେ ଉପରେ ୭୫ କୋଟିର ଘୋଟାଲାର ଅଭିଯୋଗ ରହିଛି। ଟିଏମସି ଉପରେ ୨୩ ହଜାର କୋଟି, ରୋଜଭ୍ୟାଲି ଘୋଟାଲା, ଗୋତସ୍କରୀ ଘୋଟାଲା, କୋଇଲା ଘୋଟାଲା ଅଭିଯୋଗ କରିଛନ୍ତି। ଏନସିପି ଉପରେ ୭୦ ହଜାର କୋଟିର ଘୋଟାଲାର ଅଭିଯୋଗ ଆଣିଛନ୍ତି।
ଯିଏ ଗରିବଙ୍କୁ ଲୁଟିଛି, ଯିଏ ଦେଶକୁ ଲୁଟିଛି, ତାଙ୍କର ହିସାବ ହେବ: ପ୍ରଧାନମନ୍ତ୍ରୀ ମୋଦୀ
ପିଏମ ମୋଦୀ କହିଛନ୍ତି ଏବେ ଲୋକଙ୍କୁ ଏହା ନିଶ୍ଚିତ କରିବାକୁ ହେବ ଯେ ଘୋଟଲାର ଗ୍ୟାରେଣ୍ଟି ଦେଶ ସ୍ବୀକାର କରିବ ? ଭ୍ରଷ୍ଟାଚାର ବିରୋଧରେ ମୋଦୀଙ୍କ ମଧ୍ୟ ଗୋଟିଏ ଗ୍ୟାରେଣ୍ଟି ହେଉଛି ଦୁର୍ନୀତଖୋର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି। ସବୁ ଚୋର-ଲୁଟେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି। ଯିଏ ଗରିବଙ୍କୁ ଲୁଟିଛି, ଯିଏ ଦେଶକୁ ଲୁଟିଛି। ତାଙ୍କର ହିସାବ ହେବ।
ମୋଦୀ ଲାଲୁ ପ୍ରସାଦ ଯାଦବଙ୍କ ଆଡ଼କୁ ଇଶାରା କରି କହିଛନ୍ତି ଯେ ଆଜି ଆମେ ଦେଖୁଛୁ ଯେ ଅନେକ ଲୋକ ଜାମିନ୍ରେ ଅଛନ୍ତି ଯେଉଁମାନେ ଘୋଟାଲାର ଅଭିଯୁକ୍ତ ଯାହାଙ୍କ ଉପରେ ଦୁର୍ନୀତି ଅଭିଯୋଗ ରହିଚି। ଏମିତିରେ ଏଭଳି ଲୋକ ସେମାନଙ୍କ ସହ ମିଶୁଛନ୍ତି ଯେଉଁମାନେ ଦଣ୍ଡ ଭୋଗୁଛନ୍ତି କିମ୍ବା ଜେଲରେ ଅନୁଭବ ନେଇ ଆସିଛନ୍ତି। ଏମାନେ ପରସ୍ପରକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।
ଆହୁରି ପଢ଼ନ୍ତୁ: ‘କାମ ନାହିଁ, ବେତନ ନାହିଁ’, ନିଜ କର୍ମଚାରୀଙ୍କ ପାଇଁ ନିୟମ ଲାଗୁ କରିବେ ମଣିପୁର ସରକାର