ଲମତାପୁଟ: କୋରାପୁଟ ଲମତାପୁଟରେ ଅଭାବନୀୟ ଘଟଣା । ୮ବର୍ଷର ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗୁନେଇପଡ଼ା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀନିବାସରେ ୮ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ।
ଏନେଇ ମାଛକୁଣ୍ଡ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ ଦାବିରେ ଉତ୍ୟକ୍ତ ଲୋକେ ଏକ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି । ସେମାନେ ଛାତ୍ରୀ ନିବାସର ପ୍ରଧାନ ଶିକ୍ଷୟତ୍ରୀ ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି । ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ପୀଡ଼ିତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି।