ପୁଣେ ପୋର୍ସେ କାର ଦୁର୍ଘଟଣା: ସଡ଼କ ସୁରକ୍ଷା ଉପରେ ୩୦୦ ଶବ୍ଦର ରଚନା ଲେଖିଲା ନାବାଳକ

Published By : Prameya-News7 Bureau | July 05, 2024 IST

India Today

ପୁଣେ: ପୁଣେରେ ପୋର୍ସେ କାର ଦୁର୍ଘଟଣାରେ ସମ୍ପୃକ୍ତ ଥିବା ନାବାଳକ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ଙ୍କ ଜାମିନ ସର୍ତ୍ତ ପାଳନ କରିଛନ୍ତି। ସେ ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିବା ପରେ ଦାଖଲ କରିଛନ୍ତି। ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ନାବାଳକ ଜଣକ ବୁଧବାର ଜେଜେବିରେ ପ୍ରବନ୍ଧ ଦାଖଲ କରିଛନ୍ତି। ଗତ ମାସରେ ବମ୍ବେ ହାଇକୋର୍ଟ କହିଥିଲେ ଯେ ନାବାଳକଙ୍କୁ ବାଳସ୍ୱଧାର ଗୃହକୁ ପଠାଇବା ନିର୍ଦ୍ଦେଶ ବେଆଇନ, ଯାହା ପରେ ତାଙ୍କୁ ସ୍ୱଧାରଗୃହରୁ ମୁକ୍ତ କରାଯାଇଥିଲା।

ମେ ୧୯ରେ ସହରର କଲ୍ୟାଣନଗର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାର କିଛି ଘଣ୍ଟା ପରେ ଜେଜେବି ନାବାଳକଙ୍କୁ ତାଙ୍କ ପିତାମାତା ଏବଂ ଜେଜେବାପାଙ୍କ ପାଖରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିସହ ନାବାଳକକୁ ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ଏକ ପ୍ରବନ୍ଧ ଲେଖିବାକୁ କୁହାଯାଇଥିଲା।

ପୋଲିସ କହିଛି ଯେ ମେ ୧୯ ତାରିଖ ପୁଣେର କଲ୍ୟାଣନଗର ଅଞ୍ଚଳରେ ମଦ୍ୟପାନ କରି ଜଣେ ନାବାଳକ ଟୁ-ହ୍ୱିଲରକୁ ଧକ୍କା ଦେବା ସହ ଦୁଇ ଆଇଟି ପ୍ରଫେସନାଲଙ୍କ ମୃତ୍ୟୁ ହୋଇଥିଲା।

ନାବାଳକକୁ ଉଦାର ସର୍ତ୍ତ ସହିତ ଶୀଘ୍ର ଜାମିନ ଦିଆଯିବା ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ଜାମିନ ଆଦେଶରେ ସଂଶୋଧନ ପାଇଁ ପୋଲିସ ଜେଜେବିଙ୍କୁ ନିବେଦନ କରିଥିଲା। ମେ ୨୨ରେ ବୋର୍ଡ ନାବାଳକକୁ ଏକ ସୁଧାର ଗୃହକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୋର୍ଡର ଆଦେଶକୁ ଅବୈଧ୍ୟ ଘୋଷଣା କରି ନାବାଳକଙ୍କ ସହ ଜଡିତ ଆଇନକୁ ପାଳନ କରାଯିବା ଉଚିତ ବୋଲି ହାଇକୋର୍ଟ କହିବା ସହ ସ୍ୱଧାର ଗୃହରୁ ମୁକ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.