ମେକ୍ ଇନ୍ ଇଣ୍ଡିଆରେ ସାମିଲ୍ ହେବ ଋଷ: ଭାରତରେ କରିବ ବିପୁଳ ନିବେଶ, ପୁଟିନ କହିଲେ ଲାଭ ହେବ

Published By : Prameya-News7 Bureau | December 05, 2024 IST

internet

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ‘ମେକ୍ ଇନ ଇଣ୍ଡିଆ’ ଅଭିଯାନରେ ସାମିଲ୍ ହେବ ଋଷ। ଭାରତରେ କରିବ ବିପୁଳ ନିବେଶ। ଖୋଦ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସୂଚନା ଦେଇଛନ୍ତି। ଭାରତରେ ନିବେଶ କରିବା ଲାଭପ୍ରଦ ହେବ ବୋଲି ପୁଟିନ କହିଛନ୍ତି। 

ମେକ୍ ଇନ୍ ଇଣ୍ଡିଆ ପରି ଋଷରେ ମଧ୍ୟ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଯାହାର ନାଁ ହେଲା ଭିଟିବି ଇନ୍‌ଭେଷ୍ଟମେଣ୍ଟ ଫୋରମ ମସ୍କୋରେ ଆୟୋଜିତ ୧୪ ତମ ଭିଟିବି ଇନ୍‌ଭେଷ୍ଟମେଣ୍ଟ ଫୋରମରେ ଯୋଗ ଦେଇ ପୁଟିନ ଭାରତ ସରକାରଙ୍କ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିବା ସହିତ ଭାରତରେ ନିବେଶ କରିବା ଲାଭପ୍ରଦ ହେବ ବୋଲି କହିଛନ୍ତି। 

ଋଷର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଓ ଭାରତର ମେକ୍ ଇନ ଇଣ୍ଡିଆ ମଧ୍ୟରେ ସମାନତା ରହିଛି ବୋଲି ପୁଟିନ କହିଛନ୍ତି। ଭାରତ ସରକାର ଦେଶ ପ୍ରଥମକୁ ଗୁରୁତ୍ୱ ଦେଉଥିବାରୁ ଭାରତରେ ନିବେଶ ନିବେଶ ନେଇ ସଂକେତ ଦେଇଛନ୍ତି। 

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅନୁସାରେ ପୁଟିନ କହିଛନ୍ତି “ପ୍ରଧାନମନ୍ତ୍ରୀ ମୋଦୀଙ୍କର ମେକ୍ ଇନ୍ ଇଣ୍ଡିଆ ନାମକ ଏକ ସମାନ କାର୍ଯ୍ୟକ୍ରମ ରହିଛି। ଆମେ ମଧ୍ୟ ଆମର ମେନୁଫେକ୍ଚରିଂ ସାଇଟ୍ ଭାରତରେ ଖୋଲିବାକୁ ପ୍ରସ୍ତୁତ ଅଛୁ। ଭାରତର ପ୍ରଧାନମନ୍ତ୍ରୀ ଏବଂ ଭାରତ ସରକାର ଦେଶରେ ସ୍ଥିରତା ଆଣିଛନ୍ତି। କାରଣ ଭାରତ ସରକାର ଦେଶ ପ୍ରଥମ ନୀତିରେ ଚାଲୁଛନ୍ତି। ଏବଂ ଆମର ବିଶ୍ୱାସ ଯେ ଭାରତରେ ପୁଞ୍ଜି ବିନିଯୋଗ ଲାଭପ୍ରଦ ହେବ।” 

ଭିଟିବିର ୧୫ତମ ସମ୍ମିଳନୀରେ ଯୋଗ ଦେଇ ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶ ପ୍ରଥମର ଚିନ୍ତାଧାରା ଓ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ମେକ୍ ଇନ୍ ଇଣ୍ଡିଆରେ ମେନୁଫେକ୍ଚରିଂ ବଢ଼ାଇବା ଓ ନିବେଶ ଆକୃଷ୍ଟ କରି ବିଶ୍ୱ ସ୍ତରରେ ଭାରତର ଅର୍ଥନୈତିକ ସ୍ଥିତି ମଜଭୁତ ହୋଇଛି। ବିଶେଷ କରି ଏମଏସଏମ୍‌ଇ କ୍ଷେତ୍ରରେ ଭାରତ ଭଲ ପ୍ରଦର୍ଶନ କରିଛି। ରଏଟର୍ସର ରିପୋର୍ଟ ଅନୁଯାୟୀ, ଋଷର ତୈଳ ଉତ୍ପାଦନକାରୀ ରୋସେନଫେଟ ନିକଟରେ ଭାରତରେ ୨୦ ବିଲିୟନ ଡଲାର ନିବେଶ କରିଛି ବୋଲି ପୁଟିନ କହିଥିବା ଭାରତ ସରକାର ରୟଟର୍ଶକୁ ପ୍ରତିକ୍ରିୟା ଦେଇଥିଲେ। 
ସେହିପରି ବ୍ରାଜିଲ୍‌ରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସ୍ମଲ ଏବଂ ମିଡିୟମ ସାଇଜ୍ ବ୍ୟବସାୟରେ ପରସ୍ପର ସହଯୋଗ କରିବା କଥା କହିଛନ୍ତି ପୁଟିନ।  

ସୂଚନା ଥାଉକି ୨୦୨୪ରେ ଋଷ ଓ ଭାରତ ମଧ୍ୟରେ ୬୬ ବିଲିଅନ ଡଲାରର ରେକର୍ଡ ଦ୍ୱିପାଖିକ ବ୍ୟବସାୟ ହୋଇଛି। ଯାହା ଗତ ୫ ବର୍ଷରେ ୫ ଗୁଣା ବୃଦ୍ଧି ପାଇଛି। ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ  ୧୦୦ ବିଲିଅନ ଡଲାରର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ରେଳବାଇ ଫାର୍ମାସୁଟିକଲ, ସୂଚନା ପ୍ରଯୁକ୍ତି ବିଦ୍ୟା, ବେସାମରିକ ବିମାନ ଚଳାଚଳ ଓ ସାଇବରସିକ୍ୟୁରିଟି କ୍ଷେତ୍ରରେ ବ୍ୟବସାୟ ବଢ଼ାଇବାକୁ ଟାର୍ଗେଟ୍ ରଖାଯାଇଛି। 

 
 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.