ଆନନ୍ଦପୁର ୧୭।୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଡାଇରିଆ ସ୍ଥିତିକୁ ଦୃଷ୍ଟିରେ ରଖି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଓ ଢାବା ମାନଙ୍କରେ ଚଢାଉ କରାଯାଇଛି । କେନ୍ଦୁଝର ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ଆନନ୍ଦପୁର ପୌରପାଳିକା ମିଳିତ ଚଢାଉ କରିଛନ୍ତି । ଯାଞ୍ଚ ସମୟରେ ନିର୍ଦ୍ଧିଷ୍ଟ କେତେକ ହୋଟେଲରୁ ବାହାରିଲା ପୁଳାପୁଳା ବାସି ଖାଦ୍ୟ । ଏହିସବୁ ରନ୍ଧା ବାସି ଖାଦ୍ୟ, ବାସି ମାଛ, କଙ୍କଡା, ଚିକେନ ଓ ଖାଦ୍ୟରେ ବ୍ୟବହୃତ ରଙ୍ଗକୁ ଜବତ କରଯାଇ ଫୋପାଡି ନଷ୍ଟ କରାଯାଇଛି । ବାସିଖାଦ୍ୟ ବାହରିଥିବା ହୋଟେଲ ମାନଙ୍କୁ ଫାଇନ୍ କରାଯାଇଛି । ଏଥିସହ ହୋଟେଲ୍ ମାନଙ୍କରେ ରୋଷେଇ ପାଇଁ ବ୍ୟବହୃତ ପାଣି ଓ ପିଇବା ପାଣିର ନମୁନା ସଂଗ୍ରହ କରିଛି ଟିମ୍ ।
ଅନ୍ୟପଟେ ଡାଇରିଆକୁ ଦୃଷ୍ଟିରେ ରଖି ପୌରାଞ୍ଚଳରେ ଥିବା ସମସ୍ତ ଷ୍ଟ୍ରିଟ୍ ଫୁଡ୍ ଦୋକାନକୁ ବୁଧବାର ଠାରୁ ୭ଦିନ ପାଇଁ ବନ୍ଦ କରାଯିବ ବୋଲି ପୌରପାଳିକା ସାନିଟାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।
You Can Read:
ରାଜସ୍ବ ଆଇନରେ ସଂସ୍କାର : ୭୦୦୦ ଜମି କିସମ କମି ୨୭ରେ ରଖାଯିବ