ବ୍ୟଥିତ କଲା ବାହାନଗା ଟ୍ରେନ୍ ଦୁର୍ଘଟଣା, ୪୦୦ କି.ମି. ଯାଇ ଯୋଗାଇଲେ ମାଗଣା ଆମ୍ବୁଲାନ୍ସ ସେବା

Published By : Prameya-News7 Bureau | June 09, 2023 IST

ବ୍ରହ୍ମପୁର ୯।୬: ବାଲେଶ୍ବର ବାହାନଗାଠାରେ ଯେତେବେଳେ ଟ୍ରେନ ଦୁର୍ଘଟଣା ଘଟିଥିଲା ସେତେବେଳେ ବିଶ୍ଵ ପୁରା ଚକିତ ହୋଇଥିଲା । ଆଉ ସେତେବେଳେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ।  ଟ୍ରେନ ଟ୍ରାଜେଡିର ସେ ଭୟଙ୍କର ଦୁର୍ଘଟଣାକୁ ରାତିସାରା ଗଣମାଧ୍ୟମରେ ଦେଖିବା ପରେ ବ୍ରହ୍ମପୁରର ଫାର୍ମାସିଷ୍ଟ ରାଜୀବ କୁମାର ମିଶ୍ରଙ୍କୁ ବ୍ୟଥିତ କରିଦେଇଥିଲା ।  ଆଉ ନିଜକୁ ଅଟକାଇ ନପାରି ନିଜ ପାଖରେ ରଖିଥିବା ଦୁଇଟି ଅତ୍ୟାଧୁନିକ ଆମ୍ବୁଲାନ୍ସକୁ କାଳବିଳମ୍ବ ନ କରି ନିଜ ସାଥିରେ ଥିବା ସହଯୋଗୀଙ୍କୁ ନେଇ ବାଲେଶ୍ଵର ଜିଲ୍ଲାର ବାହାନଗାର ସେହି ଘଟଣାସ୍ଥଳକୁ ଛୁଟିଥିଲେ ।

{"id":800645,"sizeSlug":"full","linkDestination":"none"}

ବ୍ରହ୍ମପୁରରୁ ବାଲେଶ୍ଵରକୁ ୪୦୦ କିଲୋମିଟର ଯାତ୍ରା ସେ ମାତ୍ର ୬ ଘଣ୍ଟାରେ ଅତିକ୍ରମ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାସ୍ଥଳରେ  ସେ ଯାହା ଦେଖିଥିଲେ ଯେଉଁ ଭୟାନକ ଘଟଣା ତାହା ଦେଖି ସ୍ତବ୍ଧ ହୋଇ ପଡ଼ିଥିଲେ । ତଥାପି ନିଜ ମନକୁ ଦୃଢ଼ କରି ତୁରନ୍ତ ଆହତଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । ଆଉ ନିକଟସ୍ଥ ସୋର ମେଡିକାଲ ଓ ବାଲେଶ୍ଵର ମେଡିକାଲକୁ ନିରନ୍ତର ୪ ଦିନ ୪ ରାତି ଆହତଙ୍କୁ ନିଜ ଆମ୍ବୁଲାନ୍ସରେ ନେବା ଆଣିବା କରିଥିଲେ ।

{"id":800646,"sizeSlug":"full","linkDestination":"none"}

ଜୀବନ କାଳରେ ନିଜ ଆମ୍ବୁଲାନ୍ସ ସେବାରେ ବହୁ ଘଟଣା ଓ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିଥିବା ବେଳେ ବାହାନଗା ଟ୍ରେନ୍ ଦୁର୍ଘଟଣା ଭଳି ଭୟଙ୍କର ଦୁର୍ଘଟଣା କେବେ ଦେଖି ନଥିବା କହିଛନ୍ତି ରାଜୀବ ଓ ସହଯୋଗୀ ଶମ୍ଭୁ । ତଥାପି ନିଜ ମନୋବଳ ଦୃଢ଼ କରି ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଆହତଙ୍କୁ ମେଡିକାଲ ସେବା ଯୋଗାଇ ଦେବଦୂତ ସାଜି ଜୀବନ ବଞ୍ଚାଇଥିଲେ ରାଜୀବ । ନିଜ ନିଷ୍ଠାପର କର୍ତ୍ତବ୍ୟ ସାରି ରାଜୀବ ଫେରିଥିବା ବେଳେ ନିଜ ଭିଟାମାଟି ବ୍ରହ୍ମପୁରରେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କ ଏଭଳି ମହାନତାକୁ ପ୍ରଶଂସା କରାଯାଇଛି ।  ରାଜୀବ ମିଶ୍ରଙ୍କ ଏଭଳି ମାନବିକତା ଓ ନିଶ୍ବାର୍ଥପର ସେବା ଲାଗି ଆଜି ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । 

You Can Read :

wp:embed {"url":"https://www.prameyanews7.com/20-patient-in-icu-63-patient-operation-done-in-scb/","type":"wp-embed","providerNameSlug":"prameya-news-7"}
https://www.prameyanews7.com/20-patient-in-icu-63-patient-operation-done-in-scb/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.