କଟକ: ନେତାଜୀଙ୍କ ମୃତ୍ୟୁ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି। ମାମଲାକୁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ କଲେ ହାଇକୋର୍ଟ ।ପିନାକପାଣି ମହାନ୍ତିଙ୍କ ତରଫରୁ ଦାୟର ହୋଇଥିବା ମାମଲାର ବିଚାର କରି କୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ କରିଛନ୍ତି । ପିନାକପାଣି, ମନୋଜ ମୁଖାର୍ଜୀ କମିଶନଙ୍କ ରିପୋର୍ଟକୁ ସରକାରୀ ସ୍ତରରେ ଗ୍ରହଣୀୟ ପାଇଁ ଆବେଦନ କରିଛନ୍ତି।
ଏହା ସହ ୨୩ ଜାନୁଆରୀକୁ ଜାତୀୟ ଦିବସ ଭାବେ ଘୋଷଣା କରିବା, ନେତାଜୀଙ୍କୁ ଜାତୀୟ ପୁତ୍ର ଭାବେ ସରକାରୀ ସ୍ତରରେ ଘୋଷଣା, ନେତାଜୀଙ୍କ କଟକ ଜନ୍ମସ୍ଥାନକୁ ଜାତୀୟ ସଂଗ୍ରହାଳୟ ଘୋଷଣା ପାଇଁ ମଧ୍ୟ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି । ତେବେ ମାମଲାରେ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୧୨ରେ ହେବ।
ସୂଚନାଥାଉକି, ଭାରତରେ ନେତାଜୀଙ୍କ ମୃତ୍ୟୁର ରହସ୍ୟ ଜାଣିବା ପାଇଁ ୦୩ଟି କମିଶନ ଗଠନ କରାଯାଇଥିଲା। ଯେଉଁଥିରେ ଶେଷ କମିଶନ ଥିଲା ମନୋଜ ମୁଖାର୍ଜୀ କମିଶନ। ଏହି କମିଶନ ପ୍ଲେନ୍ କ୍ରାସ୍ରେ ନେତାଜୀଙ୍କ ମୃତ୍ୟୁ ହୋଇନଥିବା ରିପୋର୍ଟ ଦେଇଥିଲେ ।