ପୁରୀ ୨୨।୬: ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଦ୍ବାଦଶୀ ତିଥିରେ ଦଇତା ଓ ପତି ମହାପାତ୍ର ସେବାୟତ ମାନେ ଶ୍ରୀନଅର ଆସି ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ସମ୍ବାଦ ଦେଇଛନ୍ତି । ଶ୍ରୀମନ୍ଦିରରେ ଭୋଗମ ଣ୍ଡପ ପରେ ଏହି ସେବକ ମାନେ ରୁପା ଥାଳିରେ ମହାପ୍ରଭୁଙ୍କ ଚନ୍ଦନ, କରାଳ ଓ ପାଟଡୋର ସାଙ୍ଗରେ ଧରି ଏକ ପଟୁଆରରେ ଶ୍ରୀନଅର ଆସିଥିଲେ । ସେଠାରେ ଗଜପତି ମହାରାଜାଙ୍କୁ ଏହି ଦୁର୍ଲଭ ଦ୍ରବ୍ୟ ପ୍ରଦାନ କରିବା ସହ ଚଳିତବର୍ଷ ରଥଯାତ୍ରା କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେନେଇ ଆଲୋଚନା କରିଥିଲେ ।
You Can Read:
ସ୍ପଷ୍ଟୀକରଣ ନଦେଇ ଖଣି ଖୋଳିଲେ ହେବ ବିରୋଧ, ବିସ୍ଥାପିତଙ୍କ ସମସ୍ୟା ନବୁଝିଲେ ଆନ୍ଦୋଳନ ଚେତାବନୀ