ବଲାଙ୍ଗିର ୨୨।୬: ବଲାଙ୍ଗିରରେ ହେବାକୁ ଯାଉଛି ଖଣି ଖନନ । ତା ପୂର୍ବରୁ ଦେଖାଦେଇଛି କେଁ । ଏନେଇ ଜନସାଧାରଣଙ୍କ ମତାମତ ନନେଇ ଖଣି ଖନନ କରୁଥିବା ଯୋଜନା କରିଥିବାରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି କୋଶଳ ନେତା । ଏନେଇ ବଲାଙ୍ଗିର ସମ୍ବାଦିକ ଭବନ ଠାରେ ସମ୍ବାଦିକ ସମ୍ବିଳନୀ ଜରିଆରେ ସୂଚନା ଦେଇଛନ୍ତି ।
କୋଶଳ ନେତା ପ୍ରମୋଦ ମିଶ୍ର କହିଛନ୍ତି, ଲୋୟର ସୁକତେଲ ପ୍ରକଳ୍ପ ଉଭୟ ପାର୍ଶ୍ଵ ପାଟଣାଗଡ଼ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ୯ଟି ମାଇନିଂ ବ୍ଲକ ଠାବ କରାଯାଇ ଖଣି ଖନନ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ହେଲେ ଏହି ଅଞ୍ଚଳରେ ବିସ୍ଥାପିତ ହେବାକୁ ଥିବା ୨୫ରୁ ଅଧିକ ଗ୍ରାମବାସୀଙ୍କ ମତାମତ ନିଆଯାଇନାହିଁ । ନା ପଲ୍ଲୀସଭା ନା ଗ୍ରାମସଭା ନା କୌଣସି ବୈଠକ କରାଯାଇ ନାହିଁ । ଖାଲି ସେତିକି ନୁହେଁ । ହଜାର ହଜାର ଲୋକ ବିସ୍ଥାପିତ ହେବାକୁ ଥିବାବେଳେ ସେମାନଙ୍କ ପାଇଁ କ’ଣ ସୁବିଧା କରଯାଉଛି ସେନେଇ ମଧ୍ୟ ସ୍ପଷ୍ଟ କରିନାହିଁ ପ୍ରଶାସନ । ଏନେଇ ଖଣି ଖନନ ପୂର୍ବରୁ ସବୁକିଛି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିବା ସହ ଯଦି ଲୋକଙ୍କ ସମସ୍ୟା ନବୁଝି ଖଣି ଖନନ ହେଲେ ଆଗକୁ ବିରୋଧ ସହ ଆନ୍ଦୋଳନ ହେବ ବୋଲି କୋଶଳ ନେତା ପ୍ରମୋଦ ମିଶ୍ର କହିଛନ୍ତି ।
You Can Read:
ଲଗାଣ ବର୍ଷାରେ ଭାସିଗଲା ବାଉଁଶଯୋରା ନାଳର ଡାଇଭର୍ସନ ପୋଲ, ଯୋଗାଯୋଗ ବିଚ୍ଛିନ୍ନ