କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆଠଗଡ ବିଧାୟକଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ

Published By : Prameya-News7 Bureau | June 14, 2024 IST

ଭୁବନେଶ୍ୱର ୧୪/୦୬: ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଶପଥ ଗ୍ରହଣ କଲେ ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଆଠଗଡ ବିଧାୟକଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ । ଆସନ୍ତା ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକ ଶପଥ ପାଠ କରାଇବେ । 

ଆସନ୍ତା ୨୦ରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ପରିଚାଳନା ଓ ଶପଥ ପାଇ ଦାୟିତ୍ଵ ମିଳିଛି। ବିଧାନସଭା ପରମ୍ପରା ଅନୁଯାୟୀ ଦାୟିତ୍ଵ ଦିଆଯାଇଛି। ମୋ କାମ ସୁଚାରୁ ରୂପେ ସମ୍ପାଦନା କରିବି। ରାଜ୍ୟପାଳ ଓ bjd ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି । 

ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ସେ ସର୍ବାଧିକ ୮ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୯୦ରୁ ଲଗାତାର ବିଧାୟକ ଭାବେ ଆଠଗଡ଼ରୁ ନିର୍ବାଚିତ ହୋଇଛନ୍ତି । ୨୦ରେ ନିୟମିତ ବାଚସ୍ପତି ବାଛିବା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ରଣପୁର ବିଧାୟକ ସୁରମା ପାଢୀ ବିଜେପିର ବାଚସ୍ପତି ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.