ନୂଆଦିଲ୍ଲୀ ୧୧।୦୨: ସେଲିବ୍ରିଟି ସୈଫ୍ ରଣବୀର ବରାର୍ । ଅନେକ ସମୟରେ ରହିଥାନ୍ତି ଚର୍ଚ୍ଚାରେ । ଖାସ୍ କରି ନିଜ ରିଆଲିଟି ଶୋକୁ ନେଇ ରହିଥାନ୍ତି ଚର୍ଚ୍ଚାରେ । କିନ୍ତୁ ଜାଣନ୍ତି କି ରଣବୀର ଏକ ସ୍ପେଶାଲ୍ ଛୁରୀର କରନ୍ତି ବ୍ୟବହାର । ଆଉ ଏହାର ଦାମ୍ ଶୁଣିଲେ ଯେ କେହି ବି ହୋଇଯିବେ ଆଶ୍ଚର୍ଯ୍ୟ ।
ବାସ୍ତବରେ ରଣବୀରଙ୍କ ଏହି ଛୁରୀର ଦାମ୍ ହେଉଛି ୧ ଲକ୍ଷ ୪୫ ହଜାର ଟଙ୍କା। ଏବେ ପ୍ରଶ୍ନ ଆସୁଛି ଏହି ଛୁରୀରେ କଣ ରହିଛି ବିଶେଷତା ? କପିଲ ଶର୍ମାଙ୍କ ଶୋ’ରେ ରଣବୀର ବରାର୍ ତାଙ୍କ ଛୁରୀ ବିଷୟରେ କହିଥିଲେ । ସେ କୁହନ୍ତି ଯେ ଏହି ଛୁରୀ ତାଙ୍କୁ ଇତିହାସ ସହିତ ଯୋଡି ହୋଇ ରହିଥିବାର ଅନୁଭବ କରାଏ।
ରଣବୀର ବ୍ୟବହାର କରୁଥିବା ଛୁରୀ ଏକ ଖଣ୍ଡାରୁ ତିଆରି ହୋଇଛି । ଏହା ଅନେକ ପିଢ଼ି ପୁରୁଣା ଏବଂ ତାଙ୍କ ପାଖରେ ଏହାର ଏକ ପ୍ରମାଣପତ୍ର ମଧ୍ୟ ଅଛି। ବାସ୍ତବରେ ରଣବୀରଙ୍କ ଏହି ଛୁରୀଟି ଏକ ଐତିହାସିକ ସାମୁରାଇ ଖଣ୍ଡାର ଅଂଶରୁ ତିଆରି। ଜାପାନରେ ସାମୁରାଇ ଯୋଦ୍ଧାମାନଙ୍କୁ ବହୁତ ସମ୍ମାନ କରାଯାଏ। ଏଥିପାଇଁ ଏହି ଛୁରୀର ଦାମ୍ ଏତେ ଅଧିକ ।
ତେବେ ରଣବୀର ବରାର୍ଙ୍କ କଥା କହିଲେ ସେ ରିଆଲିଟି ଶୋ ମାଷ୍ଟର ସେଫ୍ ଇଣ୍ଡିଆର ଜଜ୍ ରୁହନ୍ତି । ତାଙ୍କର ସରଳ ରେସିପି ଗୁଡ଼ିକ ପ୍ରାୟତଃ ଭାଇରାଲ ହୁଏ। ରଣବୀର ବରାର୍ ମଡର୍ଣ୍ଣ ଲଭ୍: ମୁମ୍ବାଇ ୱେବ୍ ସିରିଜ୍ ଏବଂ ଦି ବକିଂହାମ ମର୍ଡର୍ସ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି।