ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ... Operation Sindoor ଉପରେ ସେନାର ଅନେକ ଖୁଲାସା

Published By : Prameya-News7 Bureau | May 12, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଆଜି ପୁଣି ଥରେ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଅପରେସନ ସିନ୍ଦୂରକୁ ନେଇ ତିନି ସେନା ଡିଜି ସାମ୍ନାକୁ  ଆସି ସୋମବାର ଅନେକ ଖୁଲାସା କରିଛନ୍ତି। ଏହା ପୂର୍ବରୁ ବାୟୁସେନା ଜଣାଇଥିଲା ଯେ, କରାଚି ସାମରିକ ଘାଟିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା। ବାସ୍ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିଲା। ଭାରତୀୟ ସେନା କହିଛି, ସଂଘର୍ଷ ସମୟରେ ଚୀନର କ୍ଷେପଣାସ୍ତ୍ର ମାରି ତଳେ ଖସାଯାଇଥିଲା। ପିଏଲ-୧୫ ଏୟାର ଟୁ ଏୟାର ମିସାଇଲର ଅବଶେଷ ମିଳିଛି। ଏହା ଚୀନ ନିର୍ମିତ କ୍ଷେପଣାସ୍ତ୍ର, ଯାହାର ବ୍ୟବହାର ପାକିସ୍ତାନ ଭାରତ ଉପରେ ହମଲା ସମୟରେ କରିଥିଲା। 

ପାକ୍ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲା

-ଏୟାର ମାର୍ଶାଲ ଏ କେ ଭାରତୀ କହିଛନ୍ତି ଯେ ପ୍ରତିଥର ପରି ଏଥର ମଧ୍ୟ ପାକିସ୍ତାନ ସେନା  ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲା। ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ଭାରତ ଉପରେ ଆକ୍ରମଣ କରିବାକୁ ପଛାଇ ନ ଥିଲା। ପ୍ରତିଜବାବରେ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଛି। 

-ଆମର ଲଢ଼େଇ ଆତଙ୍କବାଦୀ ଏବଂ ସେମାନଙ୍କର ସହାୟକ ଢାଞ୍ଚା ବିରୁଦ୍ଧରେ ରହିଛି।  ପାକିସ୍ତାନୀ ସେନା ବିରୁଦ୍ଧରେ ଆମର ଲଢେଇ ନୁହେଁ।

-ଆମର ଅସ୍ତ୍ରଶସ୍ତ୍ର ସଠିକ ସମୟରେ କାମରେ ଆସିଛି। ଆମର ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ 'ଆକାଶ' ଭଲ କାମ କରୁଛି।

-ଡିଜିଏମଓ ଲେଫ୍ଟନାଣ୍ଟ ରାଜୀବ ଘାଇ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପର ଚରିତ୍ର ବଦଳି ଯାଇଛି। ନିରୀହ ସାଧାରଣ ନାଗରିକଙ୍କ ଉପରେ ଏବେ ଆକ୍ରମଣ କରୁଛନ୍ତି। 

-ଆମେ  ପରବର୍ତ୍ତୀ ଯେ କୌଣସି ମିଶନ ପାଇଁ ପ୍ରସ୍ତୁତ ବୋଲି ସେନା କହିଛି। 

ଆମର ଲଢ଼େଇ ଆତଙ୍କବାଦୀଙ୍କ ସହିତ, ପାକିସ୍ତାନୀ ସେନା ସହିତ ନୁହେଁ

ସାମ୍ବାଦିକ ସମ୍ମିଳନୀରେ ସେନା  କହିଛି ଯେ ଆମର ଲକ୍ଷ୍ୟ କେବଳ ଆତଙ୍କବାଦୀଙ୍କୁ ନିପାତ କରିବା, ପାକିସ୍ତାନୀ ସେନା ସହିତ ଲଢ଼ିବା ଆମର ଉଦ୍ଦେଶ୍ୟ ନୁହେଁ। ସେନା ଏହା ମଧ୍ୟ କହିଛି ଯେ ଆମର ସମସ୍ତ ବାୟୁସେନା ଘାଟି ପୂର୍ବ ପରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି ଏବଂ ଯେ କୌଣସି ସମୟରେ ନୂତନ ମିଶନ ପାଇଁ ପ୍ରସ୍ତୁତ।

ପାକିସ୍ତାନର ପାପର ପାତ୍ର ପୂର୍ଣ୍ଣ ହୋଇ ଯାଇଥିଲା

ଡିଜିଏମଓ ଲେଫ୍ଟନାଣ୍ଟ ରାଜୀବ ଘାଇ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପର ଚରିତ୍ରରେ ପରିବର୍ତ୍ତନ ଆସିଛି। ନିରୀହ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରାଯାଉଛି। ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନର ପାପର ପାତ୍ର ପୂର୍ଣ୍ଣ ହୋଇ ଯାଇଥିଲା। ଏହି କାରଣରୁ ଆମେ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରିଥିଲୁ। ପାକିସ୍ତାନ ପୃଷ୍ଠପୋଷକରେ ବଢୁଥିବା ଆତଙ୍କବାଦୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଆବଶ୍ୟକ ଥିଲା, ଯାହା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.