ନୂଆଦିଲ୍ଲୀ ୧୩/୦୬: ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ଭୟଙ୍କର ଯୁଦ୍ଧର ଦ୍ୱାରଦେଶରେ ବିଶ୍ୱ । ଉଗ୍ର ହେଉଛି ଇରାନ-ଇସ୍ରାଏଲ ମଧ୍ୟରେ ଲଢେଇ । 'ଅପରେସନ୍ ରାଇଜିଂ ଲାୟନ' ଜରିଆରେ ଯୁଦ୍ଧଂ ଦେହି ଡାକରା । ଶୁକ୍ରବାର ଇରାନ ଉପରେ ଭୟଙ୍କର ହମଲା କରିଥିଲା ଇସ୍ରାଏଲ । ୨୪ ଘଣ୍ଟାରେ ଦୁଇ ଦୁଇଥର କରିଥିଲା ଆଟାକ୍ । ଯାହାର ପାଲଟା ଜବାବ ଦେଇଛି ଇରାନ୍ । ଇସ୍ରାଏଲର ବେସାମରିକ ସ୍ଥାନରେ ଘନ ଘନ ଡ୍ରୋନ୍ ହମଲା କରିଛି ଇରାନ୍ ।
ଏମିତିକି ଇସ୍ରାଏଲକୁ ସମର୍ଥନ ଆମେ ଛାଡିବୁନି ବୋଲି ଚେତାଇଦେଇଛି ଇରାନ । ଆମେରିକା ସମେତ ବିଭିନ୍ନ ଦେଶକୁ ଖୋଲାଖୋଲି ଚେତାବନୀ । ତେବେ ନେତାନ୍ୟାହୁ ଦେଇଛନ୍ତି କଡ୍ଡା ଜବାବ । ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ ଏହା କେବଳ ଆରମ୍ଭ। ଆଗକୁ କଣ ହେବ ଦେଖିବ ଅପେକ୍ଷା କର । ଇରାନ୍ର ଜଣେ ବରିଷ୍ଠ ଅଧିକାରୀ ଆମେରିକା ସମେତ ବିଭିନ୍ନ ଦେଶକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି କୌଣସି ଦେଶ ଇସ୍ରାଏଲ ସହ ଛିଡା ହେବ ।
ଇସ୍ରାଏଲକୁ ସମର୍ଥନ କରିବ ତେବେ ଆମ ଟାର୍ଗେଟରେ ରହିବ । ଆମେ ଇସ୍ରାଏଲ ଉପରେ ନରମ ପନ୍ଥା ଆପଣେଇବୁ ନାହିଁ । ଇସ୍ରାଏଲକୁ କଡ଼ା ଜବାବ ଦିଆଯିବ । ଯେଉଁ ବି ଦେଶ ଇସ୍ରାଏଲର ସମର୍ଥନ କରିବ ଆମେ ନିଶାନାରେ ରହିବ ।'' ଇରାନ ଏହି ଚେତାବନୀ ସିଧା ସଳଖ ଭାବେ ଆମେ ଆମେରିକାକୁ ଦେଇଛି ।
ସୂଚନା ଥାଉକି, ଶୁକ୍ରବାର ପ୍ରାୟ ୨୦୦ ଯୁଦ୍ଧବିମାନରୁ ଇସ୍ରାଏଲ ଶତାଧିକ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଥିଲା । ଇରାନର ୨ ପ୍ରମୁଖ ସେନା ଆଡ୍ଡା ଏବଂ ୪ ଆଣବିକ କେନ୍ଦ୍ର ଧ୍ୱଂସ ହୋଇଥିଲା । ୭୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୩୨୯ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଇରାନର ୬ ପ୍ରମୁଖ ପରମାଣୁ ବୈଜ୍ଞାନିକ, ସେନାମୁଖ୍ୟଙ୍କ ସମେତ ସେନାର ଶୀର୍ଷ କମାଣ୍ଡର ଥିଲେ । ଇସ୍ରାଏଲର ଭୟଙ୍କର ଆକ୍ରମଣରେ ପୂରା ଇରାନ ଥରି ଉଠିଛି ।
ଇସ୍ରାଏଲ ଇରାନର ପ୍ରମୁଖ ୟୁରାନିୟମ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା । ସ୍ଥାନୀୟ ସମୟ ଭୋର ପ୍ରାୟ ସାଢ଼େ ୩ଟାରେ ଇରାନ ରାଜଧାନୀ ତେହରାନ୍ରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ଇରାନ ମିଡିଆ ଅନୁସାରେ, କେତେକ ଜନବସତି ଅଞ୍ଚଳ ଉପରେ ମଧ୍ୟ ଇସ୍ରାଏଲ ଆକମଣ କରିଛି । ଇରାନ ବି ଇସ୍ରାଏଲ ଉପରେ ଜବାବୀ ହମଲା କରିଛି । ପ୍ରାରମ୍ଭିକ ଆକ୍ରମଣର କିଛି ଘଣ୍ଟା ପରେ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ରରେ ଧମାକା ହୋଇଥିଲା । ଏହା ତେହରାନର ଦକ୍ଷିଣରେ ପ୍ରାୟ ୨୨୫ କିମି ଦୂରରେ ରହିଛି । ୧୦୦ରୁ ଅଧିକ ମିସାଇଲ ମାଡ କରିଛି ଇରାନ୍ ।