ନୂଆଦିଲ୍ଲୀ: ଭାରତୀୟ ବଜାରରେ ଫ୍ଲାଗ୍ସିପ୍ ସମେତ ବଜେଟ୍ 5G ସ୍ମାର୍ଟଫୋନ୍ଗୁଡ଼ିକର ପ୍ରବେଶ ଜାରି ରହିଛି। ମଙ୍ଗଳବାର ଲଞ୍ଚ ହୋଇଛି Realme C71 5G ସ୍ମାର୍ଟଫୋନ। ୬ ହଜାର ଏମଏଏଚ୍ର ବଡ଼ ବ୍ୟାଟେରୀ ସହ ରିଭର୍ସ ଚାର୍ଜିଂ ସପୋର୍ଟ ଦିଆଯାଇଛି। ଫୋନ୍ର ମୋଟେଇ ମାତ୍ର ୭.୯୪ ଏମଏମ। ୭,୬୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ସ୍ମାର୍ଟଫୋନ୍ରେ ଏକାଧିକ ଫିଚର୍ସ ଦିଆଯାଇଛି।
C71 5G ସ୍ମାର୍ଟଫୋନ ଟି ୧୨ଏନଏମ ପ୍ରୋସେସ୍ରେ ନିର୍ମିତ UNISOC T7250 ଅକ୍ଟା-କୋର୍ ଚିପସେଟରେ ଚାଲିବ। ଯେଉଁଥିରେ Cortex-A75 ଏବଂ A55 କୋର୍ ରହିଛି। ଏଥିରେ Mali-G57 GPU ମଧ୍ୟ ଦିଆଯାଇଛି। ଏହା Android 15 ଉପରେ ଆଧାରିତ Realme UI ରେ ଚାଲିଥାଏ। ଏହି ଡିଭାଇସ୍ ମଲ୍ଟିଟାସ୍କିଂରେ ସହାୟତା କରିବା ପାଇଁ ଭର୍ଚୁଆଲ୍ RAMକୁ ବଢାଇବାରେ ବ୍ୟବସ୍ଥା ରହିଛି। ଫୋନର ଏକ ପ୍ରମୁଖ ଆକର୍ଷଣ ହେଉଛି ଏହାର ୬୩୦୦mAh ବ୍ୟାଟେରୀ, ଯାହାକୁ ଥରେ ଚାର୍ଜ କଲେ ୨ ଦିନ ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ଦାବି କରିଛି। ଏଥିରେ ଥିବା 6W ରିଭର୍ସ ଚାର୍ଜିଂ ସପୋର୍ଟ ଫୋନକୁ ଅନ୍ୟ ଡିଭାଇସ ପାଇଁ ପାୱାର ବ୍ୟାଙ୍କ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦିଏ।
ଡିଜାଇନ୍ ଅନୁସାରେ, ଡିଭାଇସଟି ୯ଟି କଲର ଅପସନ ଏବଂ ୫ ଲାଇଟିଂ ମୋଡ୍ ସହିତ ଏକ "ପଲ୍ସ ଲାଇଟ୍" ଇଫେକ୍ଟ ଫିଚର୍ସ ରହିଛି। ଯାହା କଲ୍, ମେସେଜ୍ ଏବଂ ଚାର୍ଜିଂ ଏବଂ ନୋଟିଫିକେସନରେ କାର୍ଯ୍ୟ କରିଥାଏ। ଅଡିଓ ଦୃଷ୍ଟିରୁ, Realme C71 5Gରେ କମ୍ପାନୀର ୩୦୦% ଅଲ୍ଟ୍ରା ଭଲ୍ୟୁମ୍ ଦିଆଯାଇଥିବା ବେଳେ ଏହାକୁ ଆମ୍ପ୍ଲିଫିକେସନ୍ ଆଲଗୋରିଦମ ଦ୍ୱାରା ଉନ୍ନତ କରାଯାଇଛି। ଏଥିରେ ସ୍ପଷ୍ଟ ଭଏସ୍ କଲ୍ ପାଇଁ AI-ଆଧାରିତ ନଏଜ ରିଡକ୍ସନ ବ୍ୟବସ୍ଥା ମଧ୍ୟ ରହିଛି।
ଫୋନ୍ରେ PDAF ଅଟୋଫୋକସ୍ ଏବଂ f/2.2 ଆପେର୍ଚରର ୧୨ମେଗାପିକ୍ସେ ରିୟର କ୍ୟାମେରା ରହିଛି। ଯାହା ଓମନି ଭିଜନ OV13B ସେନ୍ସର ଦ୍ୱାରା ପରିଚାଳିତ। କ୍ୟାମେରା ଫିଚର୍ସଗୁଡ଼ିକ ମଧ୍ୟରେ ପ୍ରୋ ମୋଡ୍, ଏଆଇ ଇରେଜର, ଡୁଆଲ୍-ଭ୍ୟୁ ଭିଡିଓ, ଏବଂ ସ୍ଲୋ-ମୋସନ୍ ଏବଂ ଟାଇମ୍-ଲାପ୍ସ ମୋଡ୍ ଦିଆଯାଇଛି। ଜେଷ୍ଚର ବେସ୍ଡ ଆଧାରିତ କ୍ୟାପ୍ଚର ଏବଂ 76.6° ଫିଲ୍ଡ ଅଫ୍ ଭ୍ୟୁ ସହିତ ୫MP କ୍ୟାମେରା ଦିଆଯାଇଛି।
Realme C71 5G ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ସହ ଆସୁଛି। 4GB RAM + 64GB ଷ୍ଟୋରେଜ୍ ଭ୍ୟାରିଏଣ୍ଟରେ ଦାମ ୭,୬୯୯ ଟଙ୍କା ରହିଛି। ଫୋନ୍ଟି ଫ୍ଲିପକାର୍ଟ ସହିତ ରିୟଲମି ସାଇଟ୍ ଓ ରିଟେଲଷ୍ଟୋର୍ରେ ଉପଲବ୍ଧ ରହିଛି। ସେହିପରି 6GB RAM + 128GB ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ ୮,୬୯୯ ଟଙ୍କା ରଖାଯାଇଛି। ତେବେ ପ୍ରମୋସନାଲ୍ ଅଫରରେ ୭୦୦ ଟଙ୍କାର ବ୍ୟାଙ୍କ ରିହାତିରେ ମୋବାଇଲ୍ଟି ୭,୯୯୯ ଟଙ୍କାରେ ମିଳିଯିବ।