ଓଡ଼ିଶାରେ ରିଲାଏନ୍ସ ଜିଓର ଜୟଯାତ୍ରା ଜାରି, ଏପ୍ରିଲ ଯୋଡ଼ିଛି ସର୍ବାଧିକ ୧.୧୩ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ

Published By : Prameya-News7 Bureau | June 22, 2024 IST

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖିଛି ରିଲାଏନ୍ସ ଜିଓ । ଏପ୍ରିଲ ମାସରେ ଉଭୟ ଓ୍ବାୟରଲେସ ଏବଂ ଓ୍ବାୟରଲାଇନ କ୍ଷେତ୍ରରେ ରାଜ୍ୟରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି।

ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୪ ଏପ୍ରିଲ ମାସରେ ଜିଓ ଓଡ଼ିଶାରେ ସର୍ବାଧିକ ୧୧୩୧୮୬ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡ଼ିଥିବା ବେଳେ ଏହାର ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲ୍‌‌ ଏହି ସମୟରେ ମାତ୍ର ୮୯୫୪ ମୋବାଇଲ ଉପଭୋକ୍ତା ଯୋଡ଼ିଛି। ଅନ୍ୟପକ୍ଷରେ, ଭୋଡାଫୋନ୍ ଆଇଡିଆ (ୱି) ଓ ବିଏସ୍‌‌ଏନ୍‌‌ଏଲ୍ ଏପ୍ରିଲ ମାସରେ ଓଡ଼ିଶାରେ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ଏଥିସହିତ ୨୦୨୪ ଏପ୍ରିଲ ୩୦ ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୫୩ କୋଟିରୁ ଅଧିକ ହୋଇଛି। ଏପ୍ରିଲ ମାସରେ ଓଡ଼ିଶାରେ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୧୪୪୪୦ ବୃଦ୍ଧି ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଏପ୍ରିଲ ଶେଷ ସୁଦ୍ଧା ୩.୩୭ କୋଟିକୁ ବୃଦ୍ଧି ହୋଇଛି । ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ଓଡ଼ିଶା ଟେଲିକମ୍ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି ।

ଜାତୀୟ ସ୍ତରରେ ମଧ୍ୟ ଜିଓ ଏପ୍ରିଲ ମାସରେ ସର୍ବାଧିକ ୨୬.୮୭ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଡ଼ିଥିବା ଜଣାପଡ଼ିଛି। ଏଥିସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୭.୨୪ କୋଟିକୁ ବୃଦ୍ଧି ପାଇଛି ଏବଂ କଂପାନି ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ଦୂରସଂଚାର କ୍ଷେତ୍ରରେ ୪୫% ରୁ ଅଧିକ ଉପଭୋକ୍ତା ବଜାର ଅଂଶ ଏବଂ ୫୨% ରୁ ଅଧିକ ରାଜସ୍ୱ ବଜାର ଅଂଶ ସହିତ ରାଜ୍ୟର ଏକ ନମ୍ବର ଏବଂ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.