ନିଜ ପାର୍ଟିର ପ୍ରାର୍ଥୀଙ୍କୁ ଭୋଟ୍ ଦେବେନି ପୂର୍ବତନ ଉପରାଷ୍ଟ୍ରପତି ଡିକ୍ ଚେନି, କହିଲେ- ଗଣତନ୍ତ୍ର ପାଇଁ ଟ୍ରମ୍ପ ବିପଦ

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ: ଆମେରିକା ନିର୍ବାଚନ ଯେତିକି ପାଖଉଛି, ସେତିକି ରାଜନୈତିକ ଟ୍ୱିଷ୍ଟ ବଢିବାରେ ଲାଗିଛି। ସାରା ଜୀବନ ରିପ୍ଲବିକାନ ପାର୍ଟି ପାଇଁ ସମର୍ପିତ ଥିବା ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍‌ ଚେନି ନିଜ ଭୋଟ୍‌କୁ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସଙ୍କୁ ଭୋଟ୍‌ ଦେବେ। ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଡିକ୍‌ ମନ୍ତବ୍ୟ ଟ୍ରମ୍ପଙ୍କ ସମୀକରଣକୁ ଓଲଟାଇ ଦେଇଛି।

ଚେନି କହିଛନ୍ତି- ଆମ ଦେଶର ୨୪୮ ବର୍ଷର ଇତିହାସରେ ଡୋନାଲ୍ଡ ଟ୍ରମ୍ପଙ୍କ ଅପେକ୍ଷା ଆମ ଗଣତନ୍ତ୍ର ପାଇଁ ଅଧିକ ବିପଦ ଥିବା ବ୍ୟକ୍ତି କେବେ ହୋଇନାହାଁନ୍ତି।

୨୦୦୧ ରୁ ୨୦୦୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କ ସମୟରେ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିବା ଚେନେ ଏକ ବିବୃତ୍ତିରେ ହାରିସଙ୍କୁ ସମର୍ଥନ କରିଛନ୍ତି। କହିଛନ୍ତି ଯେ ଟ୍ରମ୍ପଙ୍କୁ ଆଉ କ୍ଷମତା ଉପରେ ବିଶ୍ୱାସ କରାଯାଇପାରିବ ନାହିଁ।

ସେ ଆହୁରି କହିଛନ୍ତି, “ଭୋଟରମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ପରେ ନିଜକୁ କ୍ଷମତାରେ ରଖିବା ପାଇଁ ମିଥ୍ୟା ଏବଂ ହିଂସାର ପଥକୁ ବ୍ୟବହାର କରୁଛନ୍ତି। 

ନାଗରିକ ଭାବରେ ଆମର ସମ୍ବିଧାନର ସୁରକ୍ଷା ଆମର ପ୍ରତ୍ୟେକଙ୍କର କର୍ତ୍ତବ୍ୟ। ସେଥିପାଇଁ ମୁଁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭୋଟ୍ ଦେବି ବୋଲି ସେ କହିଛନ୍ତି। ୱାୟୋମିଙ୍ଗର କଂଗ୍ରେସର ପୂର୍ବତନ ରିପବ୍ଲିକାନ୍ ସଦସ୍ୟ ତଥା ତାଙ୍କ ଝିଅ ଲିଜ୍ ଚେନି ହାରିସଙ୍କୁ ସମର୍ଥନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.