ଭାରତ-ବାଂଲାଦେଶ ମ୍ୟାଚ୍‌ରେ ହଙ୍ଗାମା, ପନ୍ତଙ୍କ ସହ ଝଗଡା କଲେ ଏହି ଖେଳାଳି

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯/୦୯: ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଆରମ୍ଭରୁ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଖରାପ ରହିଛି । ଗୋଟିେ ସମୟରେ ଭାରତ ୩୪ ରନ୍‌ରେ ଖସିଥିଲା ୩ ଓ୍ୱିକେଟ । ରୋହିତ ଶର୍ମା, ବିରାଟ କୋହଲି ଏବଂ ଶୁଭମନ ଗିଲ୍ ଜଲଦି ଜଲଦି ଫାଭିଲିୟନ ଫେରିଥିଲେ । ତେବେ ପାଳି ସମ୍ଭାଳିଥିଲେ ପନ୍ତ ଓ ଜୟସ୍ୱାଲ । 

ଋଷଭ ପନ୍ତ ୩୯ ରନର ଧୂଆଧାର ପାଳି ଖେଳିଥିଲେ । ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୭୫ । ପନ୍ତ ଏହି ପାଳିରେ ୬ଟି ୪ ମାରିଥିଲେ । ପନ୍ତଙ୍କ ଏହି ପାଳି ମଧ୍ୟରେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ ଯାହା ଏବେ ଭାଇରାଲ ହେବାରେ ଲାଗିଛି । ମ୍ୟାଚ୍ ବେଳେ ଋଷଭ ପନ୍ତ ଓ ବାଂଲାଦେଶୀ ଓ୍ୱିକେଟକିପର ତଥା ବ୍ୟାଟର ଲିଟନ ଦାସଙ୍କ ସହ କଥା କଟାକଟି ହୋଇଥିଲା । 


ଏହି ଘଟଣା ଘଟିଥିଲା ୧୬ ଓଭରର ଥିଲା । ଯେତେବେଳେ ରନ୍ ନେବାକୁ ଋଷଭ ପନ୍ତ ପିଚ୍ ବାହାରେ ଆସିଥିଲେ କିନ୍ତୁ ତାଙ୍କୁ ଲାଗିଥିଲା ରନ୍ ନେବା ବିପଦ ହେବ । ସେଥିପାଇଁ ପନ୍ତ ପୁଣିଥରେ ପିଚ୍‌କୁ ଚାଲିଆସିଥିଲେ । ଏତିକିବେଳେ ବାଂଲାଦେଶୀ ଫିଲ୍ଡର ବଲ୍‌କୁ ଥ୍ରୋ କରିଥିଲେ । ଯାହା ଋଷଭ ପନ୍ତଙ୍କ ପ୍ୟାଡରେ ଯାଇ ଲାଗିଥିଲା । 

ଏହା ପରେ ପନ୍ତ କହିଥିଲେ କି  ସେପଟକୁ ପକାଅ ନା । ମୋତେ କାଇଁ ମାରୁଛ । ଏହାକୁ ନେଇ ବାଂଲା କ୍ରିକେଟର ଲିଟନ୍ ଦାସ କହିଥିଲେ ସେ ତ ମାରିବ । ପରେ ଋଷଭ ପନ୍ତ ଜବାବ ଦେଇ କହିଥିଲେ କି, ଠିକ୍ ଅଛି ମୁଂ ବି ମାରିବି । ଏମିତି ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ୩୯ ରନ୍ କରି ପାଭିଲିୟନକୁ ଫେରିଥିଲେ ପନ୍ତ । ମହମ୍ମୁଦ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ ସେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.