ଏତେ ଦାମ୍‌ରେ ବିକ୍ରି ହେଲେ, କିନ୍ତୁ ମିଳିବନି ସେତିକି ମୂଲ୍ୟ

Published By : Prameya-News7 Bureau | November 27, 2024 IST

ନୂଆଦିଲ୍ଲୀ ୨୭/୧୧: ଆଇପିଏଲ୍ ୨୦୨୫ ନିଲାମରେ ସବୁଠୁ ଦାମୀ ଖେଳାଳି ଋଷଭ ପନ୍ତ । ମାନେ ସବୁଠୁ ଅଧିକ ଦାମରେ ବିକ୍ରି ହେଲେ ପନ୍ତ । ଏମିତିକି ତାଙ୍କୁ କିଣିବାକୁ ପ୍ରତି ଦଳରେ ଲାଗିଲା ପ୍ରତିଯୋଗିତା । ଶେଷରେ, ବାଜି ମାରିଥିଲା ଲକ୍ଷ୍ନୌ ସୁପରଜିଆଣ୍ଟସ୍ । ବିଡ୍ ଜିତି ୨୭ କୋଟିରେ କିଣିଥିଲା ଖେଳାଳିଙ୍କୁ । 

ଦଳ ପନ୍ତକୁ ରେକର୍ଡ ମୂଲ୍ୟରେ ୨୭ କୋଟି ଟଙ୍କାରେ  କିଣିଛି । କିନ୍ତୁ ପ୍ରଶ୍ନ ଉଠୁଛି ଏତେ ଟଙ୍କା ପାଇବେ ତ ପନ୍ତ? ଯଦି ଜାଣିନାହାଁନ୍ତି ତେବେ ଜାଣନ୍ତୁ କଟିଯିବ ଋଷଭ ପନ୍ତଙ୍କ ଆଇପିଏଲ୍ ଦରମା । ଆସନ୍ତୁ ଜାଣିବା ପୁରା ଘଟଣା । 

କେତେ କଟିବ ପନ୍ତଙ୍କ ଆଇପିଏଲ୍ ସାଲାରୀ?

ଟିମ୍ ଇଣ୍ଡିଆର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଆଇପିଏଲ୍ ୨୦୨୫ ରେ ୨୭ କୋଟି ଟଙ୍କାରେ କିଣାଯାଇଛି । ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଏହି ଖେଳାଳିଙ୍କୁ ଆଇପିଏଲ୍ ଇତିହାସରେ ସବୁଠାରୁ ବଡ ଦରମା ଦେଇଛନ୍ତି । କିନ୍ତୁ କୌତୁହଳର ବିଷୟ ହେଉଛି ପନ୍ତଙ୍କୁ ଏତେ ଟଙ୍କା ମିଳିବ ନାହିଁ, ତାଙ୍କର ମାତ୍ର ୮.୧ କୋଟି ଟଙ୍କା ମିଳିବ ବୋଲି କୁହାଯାଉଛି ।  

ପନ୍ତଙ୍କୁ ତାଙ୍କ ଦରମାର ଏକ ବଡ଼ ଅଂଶ ଟ୍ୟାକ୍ସ ଆକାରରେ ଦେବାକୁ ପଡିବ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ପନ୍ତଙ୍କୁ ପ୍ରାୟ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । କେବଳ ପନ୍ତ ନୁହେଁ, ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କୁ ଟିକସ ଦେବାକୁ ପଡିବ । ସମସ୍ତେ ବିକ୍ରି ହୋଇଥିବା ରାଶି ପାଇବେ ନାହିଁ ।  

ଋଷଭ ପନ୍ତଙ୍କ ଉପରେ ପ୍ରବଳ ଚାପ:

ଋଷଭ ପନ୍ତଙ୍କୁ ସିନା ୨୭ କୋଟିରେ କିଣାଗଲା । କିନ୍ତୁ ତାଙ୍କ ଉପରେ ଚାପ ପ୍ରବଳ । ଏହି ଖେଳାଳିଙ୍କୁ ଲକ୍ଷ୍ନୌ ଆଇପିଏଲ୍ ଜିତିବା ଦାୟିତ୍ୱ ବି ରହିବ । କାରଣ ଏହି ଦଳ ଗତ ତିନି ସିଜନରେ ଦୁଇଥର ପ୍ଲେ ଅଫ୍ ରେ ପହଞ୍ଚିଛି । ଲକ୍ଷ୍ନୌ ସୁପରଜିଆଣ୍ଟସ୍ ସହିତ କାମ କରିବା ପନ୍ତଙ୍କ ପାଇଁ ଟିକେ କଷ୍ଟସାଧ୍ୟ ହୋଇପାରେ । 

କାରଣ ଏହି ଦଳର ପୁରୁଣା କ୍ୟାପଟେନମାନଙ୍କୁ ଏହି ପଦବୀରୁ ହଟାଇବାରେ ପୁରୁଣା ଇତିହାସ ରହିଛି । ପ୍ରଥମେ ଧୋନି ଏବଂ ପରେ କେ.ଏଲ୍ ରାହୁଲ । ଆଉ ଚର୍ଚ୍ଚା ହେଉଛି ପନ୍ତ ଯଦି ଭଲ ରେଜଲ୍ଟ ନକରିବେ ବା ଟ୍ରଫି ନଆଣିବେ ତେବେ ବୋଧହୁେ କ୍ୟାପଟେନ୍ ତାଲିକାରୁ ଆସନ୍ତାବର୍ଷ କଟିପାରେ ପତା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.