ବ୍ରିଟେନ ନିର୍ବାଚନ ପ୍ରଚାର ମଧ୍ୟରେ ସ୍ୱାମୀ ନାରାୟଣ ମନ୍ଦିର ଦର୍ଶନ କଲେ ଋଷି ସୁନକ ଓ ତାଙ୍କ ପତ୍ନୀ

Published By : Prameya-News7 Bureau | June 30, 2024 IST

ଲଣ୍ଡନ ୩୦।୬: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ନିର୍ବାଚନ ପ୍ରଚାରର ଶେଷ ୱିକେଣ୍ଡରେ ଲଣ୍ଡନସ୍ଥିତ ପ୍ରଶିଦ୍ଧ ସ୍ୱାମୀ ନାରାୟାଣ ମନ୍ଦିର ଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ବିଏପିଏସ୍ ସ୍ୱାମୀ ନାରାୟାଣ ମନ୍ଦିରରେ ସେମାନେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ଲଣ୍ଡନରେ ଏହି ମନ୍ଦିରକୁ ନେସଡେନ ମନ୍ଦିର ରୂପେ ମଧ୍ୟ ଜଣାଯାଏ। ଋଷି ସୁନକ ଓ ତାଙ୍କ ପତ୍ନୀ ଶନିବାର ଯେତେବେଳେ ମନ୍ଦିର ପରିସରରେ ପହଞ୍ଚିଲେ ସେତେବେଳେ ସେଠାରେ ଉପସ୍ଥିତ ଲୋକେ ସେମାନଙ୍କର ସ୍ୱାଗତ କରିଥିଲେ। 

ଋଷି ସୁନକ ମନ୍ଦିରର ଦର୍ଶନ କରିବା ପରେ ସ୍ୱୟଂ ସେବକ ତଥା ସମୂଦାୟର ନେତାଙ୍କ ସହ ଆଲୋଚନା କରିଥିଲେ। କ୍ରିକେଟ ପ୍ରଶଂସକ ସୁନକ ତାଙ୍କ କଥୋପକଥନର ଆରମ୍ଭ ଟି-୨୦ ୱାର୍ଲଡ କପରେ ଭାରତର ବିଜୟରୁ କରିଥିଲେ ଓ କହିଥିଲେ ମୁଁ ମଧ୍ୟ ଆପଣମାନଙ୍କ ଭଳି ହିନ୍ଦୁ ଓ ମୋର ଧର୍ମ ମୋତେ ପ୍ରେରିତ କରିଥାଏ। ବ୍ରିଟେନରେ ଜୁନ ୪ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ନିର୍ବାଚନ ପ୍ରଚାର ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। 

ନିର୍ବାଚନ ପ୍ରଚାର ଶେଷ ସପ୍ତାହରେ ପହଞ୍ଚିଥିବା ବେଳେ ଗତ ବୁଧବାର ଟିଭି ବିତର୍କରେ ସୁନକଙ୍କ ଓ ଲେବର ପାର୍ଟି ନେତା କୀର ଷ୍ଟର୍ମର ମୁହାଁମୁହିଁ ହୋଇଥିଲେ। ବିରୋଧୀ ଦଳ ନେତା ଷ୍ଟର୍ମରଙ୍କୁ ସୁନକ କର ସମେତ ବିଭିନ୍ନ ପ୍ରସଙ୍ଗରେ ଚ୍ୟାଲେଞ୍ଜ କରିଥିଲେ। କହିଥିଲେ କାଗଜରେ ଲେଖିକି ରଖ ଯଦି ଲେବରପାର୍ଟି ସରକାରକୁ ଆସେ ତେବେ କର ବଢିବା ନିଶ୍ଚିତ ବୋଲି କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.