ଡିଭାଇଡରରେ ପିଟିହେଲା କାର୍, ଏକାଧିକ ଆହତ

Published By : Prameya-News7 Bureau | February 01, 2025 IST

ଭୁବନେଶ୍ୱର ୦୧।୦୨ : ନାଲକୋ ଛକରେ ପୁଣି ଡ଼ମଣା । ଭୁବନେଶ୍ୱର ଡ଼ମଣା ଛକରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର୍‌ । ଏହାପରେ ରାସ୍ତାମଝିରେ ଥିବା ଇଲେକ୍ଟ୍ରି ପୋଲ୍‌କୁ ଧକ୍କା ଦେଇଛି । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ. ଶନିବାର ଦିନ ଭୋର୍‌ ସମୟରେ ଏକ କାର୍‌ଟି ଦ୍ରୁତଗତିରେ ଯାଉଥିଲା । ଏହି ସମୟରେ କାର୍‌ଟି ହଠାତ୍‌ ନିଜର ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ଚଢିଯାଇଥିଲା । ଆଉ ଡିଭାଇଡର ଉପରେ ଥିବା ବିଦ୍ୟୁତ ଖୁଣ୍ଟରେ ମଧ୍ୟ ପିଟି ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.