ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ହାର କମାଇବା ନିମନ୍ତେ ବିଭିନ୍ନ ପ୍ରକାର ସଚେତନତା କରାଯାଉଛି। ସଚେତନତା ପରେବି ଲୋକେ ସଡ଼କ ନିୟମ ମାନୁନାହାନ୍ତି। ଏନେଇ ଛତ୍ରପୁର ପୁଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ କଡାକଡି ଚେକିଂ କରାଯାଉଛି। ହେଲମେଟ ଚେକିଂ ସମେତ ଗାଡିର ସମସ୍ତ କାଗଜପତ୍ର ସଠିକ ଅଛିକି ନାହିଁ, ଚାରି ଚକିଆ ଯାନବାହାନ ବ୍ୟବହାରରେ ସିଟ ବେଲ୍ଟ ପିନ୍ଧିଛନ୍ତି କି ନାହିଁ, ଲୋକଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନତା କରାଯାଇଛି। ପ୍ରୋବେସନାଲ ଆଇପିଏସ ମନୀଷା ସୌଗୁଣ ନିଜେ ଉପସ୍ଥିତ ରହି ଛତ୍ରପୁର ପୁଲିସ ଉପସ୍ଥିତରେ ଯାଞ୍ଚ କରିଥିଲେ। ବିନା ହେଲମେଟରେ ଗାଡି ଚଳାଇବା ଦ୍ୱାରା ଦୁର୍ଘଟଣା ଘଟି ମୃତ୍ୟୁ ଘଟୁଛି। ଏହାକୁ ରୋକିବା ନିମନ୍ତେ ନିୟମକୁ କଡାକଡି ପାଳନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି ବୋଲି କହିଥିଲେ।
ଶନିବାର ଭୁବନେଶ୍ୱର ଆସିବେ ଅମିତ ଶାହ, ଗୁରୁତ୍ୱପୂର୍ଣ୍...