ଭାରତର ସବୁଠାରୁ ଖରାପ ଟେଷ୍ଟ କ୍ୟାପଟେନ୍ କ’ଣ ରୋହିତ ? ଦେଖନ୍ତୁ ରେକର୍ଡ...

Published By : Prameya-News7 Bureau | December 09, 2024 IST

ନୂଆଦିଲ୍ଲୀ ୦୯।୧୨: ଟିମ୍‌ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ତାଙ୍କ ଅଧିନାୟକତ୍ବରେ ଆଡିଲେଡ୍‌ ଟେଷ୍ଟ ମ୍ୟାଚ ହାରିଛି ଟିମ୍‌ ଇଣ୍ଡିଆ । ପିଙ୍କ୍ ବଲ୍‌ ଟେଷ୍ଟ ହାରିବା ପରେ ଏବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ଉଠିଛି ପ୍ରଶ୍ନ । କଣ ବାସ୍ତବରେ ରୋହିତ ଶର୍ମା ସବୁଠାରୁ ଖରାପ ଟେଷ୍ଟ ଅଧିନାୟକ କି ? ଆସନ୍ତୁ ଜାଣିବା... 

ରୋହିତ ଶର୍ମା । ନିଜର ଫର୍ମ ପାଇଁ ଚର୍ଚ୍ଚାରେ । ଅନେକ ସମୟରୁ ସେ ଖରାପ ଫର୍ମରେ ଅଛନ୍ତି । ହିଟମ୍ୟାନ୍ ଙ୍କ ଅଧିନାୟକତ୍ବରେ ଲଗାତର ଅନେକ ମ୍ୟାଚ ହାରୁଛି ଟିମ୍‌ ଇଣ୍ଡିଆ । ତେବେ ସେ ଭାରତୀୟ କ୍ୟାପଟେନ୍‌ ଭାବେ ୪ରୁ ଅଧିକ ଟେଷ୍ଟ ମ୍ୟାଚ ହାରିଥିବା ତୃତୀୟ କ୍ୟାପଟେନ ହୋଇଛନ୍ତି । ଭାରତ ପାଇଁ ଅଧିନାୟକ ଭାବରେ କ୍ରମାଗତ ପରାଜୟର ସମ୍ମୁଖୀନ ହେବାର ରେକର୍ଡ ମନସୁର ଅଲି ଖାନ ପଟୋଦିଙ୍କ ନାଁରେ ରହିଛି । ଯିଏକି ୧୯୬୭-୬୮ ମସିହାରେ ଅଧିନାୟକ ଥିବାବେଳେ କ୍ରମାଗତ ୬ଟି ଟେଷ୍ଟ ମ୍ଯାଚ୍‌ ହାରିଥିଲେ । 

ଭେଟେରାନ ସଚିନ ତେନ୍ଦୁଲକର ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୯୯୯-୨୦୦୦ ମସିହାରେ ତେନ୍ଦୁଲକର ଭାରତ ପାଇଁ ଅଧିନାୟକ ଭାବରେ କ୍ରମାଗତ ୫ଟି ଟେଷ୍ଟ ହାରିଥିଲେ । ଏହାପରେ ଦତ୍ତ ଗାଇକୱାଡ ୧୯୫୯ରେ, ଏମଏସ ଧୋନି ୨୦୧୧ ଏବଂ ୨୦୧୪, ବିରାଟ କୋହଲି ୨୦୨୦-୨୧ ଏବଂ ରୋହିତ ଶର୍ମା ୨୦୨୪ରେ କ୍ରମାଗତ ୪ଟି ଲେଖାଏଁ ପରାଜୟ ସହ ଭାରତୀୟ ଅଧିନାୟକ ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି ।

 ଯଦି ରୋହିତ ଶର୍ମାଙ୍କ କ୍ୟାୟର ଉପରେ ନଜର ପକାଇବା ତେବେ ରୋହିତ ଶର୍ମା ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୬୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହି ମ୍ୟାଚ ଗୁଡିକର ୧୧୩ଟି ପାଳିରେ ସେ ୪୧.୫୪ ଆଭରେଜରେ ୪୩୭୯ ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ ସେ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ଲଗାଇଛନ୍ତି । ଯେଉଁଥିରେ ତାଙ୍କର ହାଇସ୍କୋର ରହିଛି ୨୧୨  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.