ଭୁବନେଶ୍ୱର ରନଓ୍ୱେ ଓ୍କିକ୍‌ ସିଜିନ୍-୧୨, ରାମ୍ପରେ ଭାରତୀୟ କଳାକୃତିର ଛାପ

Published By : Prameya-News7 Bureau | March 31, 2025 IST

ଭୁବନେଶ୍ୱର ୩୧।୦୩ :  ମଞ୍ଚ ଉପରେ ରଙ୍ଗିନ ଆଲୋକ। ଜଣକ ପରେ ଜଣେ ମଡେଲ୍‌ ଆକର୍ଷଣୀୟ ପରିପାଟୀରେ ମଞ୍ଚକୁ ଆସୁଥାନ୍ତି। ଡିଜେର ତାଳେ ତାଳେ ବିଭିନ୍ନ ଡିଜାଇନର୍‌ ପୋଷାକ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା ଅବସର ଥିଲା ଆଡିକ୍ସନ ଫ୍ୟାସନ୍‌ ମ୍ୟାନେଜମେଣ୍ଟ ରନଓ୍ବେ ଓ୍ବିକ ୧୨ ତମ ସଂସ୍କରଣ। ହୋଟେଲ୍‌ ଓ୍ବେଲକମରେ ୨ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଛି। ନିର୍ଦ୍ଦେଶକ ଜନ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ସଂସ୍କରଣରେ ୧୨ ଡିଜାଇନର୍‌ ନିଜର ଡିଜାଇନ ପ୍ରଦର୍ଶିତ କରିଥିଲେ। ପ୍ରଥମ ଦିନରେ ସଚ୍ଚଦେବ ବ୍ରାଣ୍ଡରେ ମୌହିତ୍ ସଚ୍ଚଦେବ କକ୍‌ଟେଲ୍‌ ଡ୍ରେସ ପରିଧାନ କରିଥିବା ବେଳେ, ଲେବେଲ୍ ସୁରିୟଲ ବ୍ରାଣ୍ଡର ଅର୍ପିତା ସାମଲ ଖରାଦିନିଆ ଡିଜାଇନର ପୋଷାକ ପିନ୍ଧିଥିଲେ। ସେହିପରି ଏନଆଇଏଫ୍ ଗ୍ଲୋବାଲ ଭୁବନେଶ୍ବର ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଡିଜାଇନରେ ନୂତନ ଛାପ ଦେଖିବାକୁ ମିଳିଥିଲା। ଇରାନୀ ମିତ୍ର ବ୍ରାଣ୍ଡର ଇରାନୀ ମିତ୍ରଙ୍କ ଡିଜାଇନରେ ଆଧୁନିକ ବଧୂଙ୍କ ପଶାପାଲି ପୋଷାକ ପ୍ରଦର୍ଶିତ ହୋଇଥିଲା।

ଲେବେଲ ସାକ୍ଷୀ ବିନ୍ଦ୍ରା ବ୍ରାଣ୍ଡର ସାକ୍ଷୀ ବିନ୍ଦ୍ରାଙ୍କ ଉତ୍କୃଷ୍ଟ ଗାଉନ୍, ଭିକା ବ୍ରାଣ୍ଡର ଅରବିନ୍ଦ ଆମପୁଲ୍ଲା ତାଙ୍କ ଡିଜାଇନରେ ଭାରତୀୟ କାଞ୍ଜିଭରମ୍, ପୈଠାଣୀ, ବନାରସୀ, କୋଟା, ଉପଡ଼ା, ଖଦି ଏବଂ ମସଲିନ୍ ଭଳି ପାରମ୍ପରିକ ପୋଷାକ ପ୍ରଦର୍ଶିତ କରିଥିଲେ। ୨ୟ ଦିନରେ ୱାଓମାନିଆ ହ୍ୟାଣ୍ଡଲୁମର ଡିଜାଇନର ମାନେ ଉତ୍କୃଷ୍ଟ ହସ୍ତତନ୍ତ ରେଶମ ଡିଜାଇନ୍ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଲେବେଲ ପାରୁଲ ଖୈତାନ ବ୍ରାଣ୍ଡର ଡିଜାଇନର ପାରୁଲ ଖୈତାନଙ୍କ କଳାରଙ୍ଗର ପୋଷାକ ବେଶ ଆକର୍ଷଣୀୟ ଥିଲା। ହରୀଶ ଅକିସେଟ୍ଟୀ ବ୍ରାଣ୍ଡର ଡିଜାଇନର ହରୀଶ ଅକିସେଟ୍ଟୀଙ୍କ ଡିଜାଇନର୍‌ ଡ୍ରେସ୍‌, ଶ୍ରୁନି ରେଡ୍ଡୀ କଉଚର ବ୍ରାଣ୍ଡର ଡିଜାଇନର ଶ୍ରୁନି ରେଡ୍ଡୀଙ୍କ ଡିଜାଇନ୍, ଭୋଗି କଉଚର ବ୍ରାଣ୍ଡର ସୌମ୍ୟା ସାଲିନୀଙ୍କ ଡିଜାଇନ୍ ବେଶ ଆକର୍ଷଣୀୟ ଥିଲା। ଶେଷରେ ଦୁହିତା ଏବଂ ମାନବଙ୍କ ଡିଜାଇନ୍ ପ୍ରଦର୍ଶିତ ହୋଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.