ଭୁବନେଶ୍ବର: ବଢ଼ିଲା ସାଂସଦଙ୍କ ଦରମା। ସୋମବାର କେନ୍ଦ୍ର ସରକାର ସାଂସଦଙ୍କ ଦରମା ଏବଂ ଭତ୍ତାରେ ବୃଦ୍ଧି କରିଛନ୍ତି। ସାଂସଦଙ୍କ ଦରମାରେ ୨୪ ହଜାର ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଅର୍ଥାତ୍ ସାଂସଦଙ୍କ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି। ସେହିଭଳି ସାଂସଦଙ୍କ ‘ଡିଏ’କୁ ମଧ୍ୟ ୨ ହଜାରରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଖାଲି ସେତିକି ନୁହେଁ ପୂର୍ବତନ ସାଂସଦଙ୍କ ପେନସନକୁ ବି ୩୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହି ବୃଦ୍ଧି ସଂସଦର ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ ଆକ୍ଟ ୧୯୫୪ ଅନୁଯାୟୀ କରାଯାଇଥିବାବେଳେ, ଆୟକର ଅଧିନିୟମ ୧୯୬୧ରେ ଥିବା ଖର୍ଚ୍ଚ ମୁଦ୍ରାସ୍ଫୀତି ଆଧାରରେ କରାଯାଇଛି। ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତ ଅନୁଯାୟୀ, ଏହା ୨୦୨୩ ଏପ୍ରିଲ ଠାରୁ ପିଛିଲା ଭାବେ ଲାଗୁ ହେବ।
ଦରମା ଏବଂ ଭତ୍ତାରେ ବୃଦ୍ଧି ୨୦୧୮ ପରଠାରୁ ଲାଗୁ କରାଯାଇଥିବା ନିୟମ ଅନୁସାରେ କରାଯାଇଛି। ଏଥିରେ ସାଂସଦଙ୍କ ଦରମା ଏବଂ ଭତ୍ତାକୁ ପ୍ରତି ୫ ବର୍ଷରେ ସମୀକ୍ଷା କରିବାର ନିୟମ ରହିଛି। ଏହି ସମୀକ୍ଷା ଦରବୃଦ୍ଧି ଉପରେ ଆଧାରିତ।