ଗ୍ରାହକଙ୍କୁ ଲାଗିବ ଝଟ୍‌କା, ଏଟିଏମ୍‌ରୁ ଟଙ୍କା ଉଠାଇଲେ ଦେବେ ଅଧିକ ଚାର୍ଜ

Published By : Prameya-News7 Bureau | March 26, 2025 IST

ମୁମ୍ୱାଇ ୨୬/୦୩: ମେ' ପହିଲାରୁ ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଝଟ୍‌କା । ଏଣିକି ଏଟିଏମ୍‌ରୁ ଟଙ୍କା ଉଠାଇଲେ ବି ଦେବାକୁ ପଡିବ ଅଧିକ ଚାର୍ଜ । ମେ’ ୧ରୁ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ବିଜ୍ଞପ୍ତି ଜାରି କରି ଇଣ୍ଟର୍‌ଚେଞ୍ଜ ଫି’ ବୃଦ୍ଧି ଘୋଷଣା କରିଛି । 

ଏହାର ଅର୍ଥ ଗ୍ରାହକ ନିଜ ବ୍ୟାଙ୍କ ଏଟିଏମ୍‌ ବାଦ ଅନ୍ୟ ଯେକୌଣସି ବ୍ୟାଙ୍କ୍‌ର ଏଟିଏମ୍‌ ବ୍ୟବହାର କଲେ ଅଧିକ ଦେୟ ଦେବେ । ମାଗଣା ଟ୍ରାଞ୍ଜାକ୍‌ସନ ସୀମା ପରେ ଏହି ଶୁଳ୍କ ଲାଗୁ ହେବ । ବିଜ୍ଞପ୍ତି ଅନୁସାରେ, ମେ’ ୧ରୁ ଗ୍ରାହକଙ୍କୁ ମାଗଣା ଟ୍ରାଞ୍ଜାକ୍‌ସନ ସୀମା ପରେ ଏଟିଏମ୍‌ରେ ପ୍ରତି ଟ୍ରାଞ୍ଜାକ୍‌ସନ ପିଛା ଅତିରିକ୍ତ ୨ ଟଙ୍କା ଦେବାକୁ ପଡ଼ିବ । 

ଏହାସହିତ ମେ’ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ପ୍ରତି ଟ୍ରାଞ୍ଜାକ୍‌ସନରେ ୧୯ ଟଙ୍କା ଦେବାକୁ ପଡ଼ିବ, ଯାହାକି ପୂର୍ବରୁ ୧୭ ଟଙ୍କା ରହିଆସିଥିଲା । ସେହିଭଳି ଅଣ-ବିତ୍ତୀୟ ଟ୍ରାଞ୍ଜାକ୍‌ସନ ଯେପରି ବାଲାନ୍ସ ଚେକ୍‌ ପାଇଁ ଫି’କୁ ୧ ଟଙ୍କା ବଢ଼ାଯାଇଛି । ଅର୍ଥାତ୍‌ ଆକାଉଣ୍ଟ ବାଲାନ୍ସ ଚେକ୍‌ କରିବା ପାଇଁ ପ୍ରତି ଟ୍ରାଞ୍ଜାକ୍‌ସନ ଉପରେ ଏବେ ୭ ଟଙ୍କା ଦେୟ ଦେବାକୁ ପଡ଼ିବ, ଯାହା ପୂର୍ବରୁ ୬ ଟଙ୍କା ରହିଆସିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.