ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୧୫ରୁ ଅଧିକ ମାଓବାଦୀ

Published By : Prameya-News7 Bureau | March 29, 2025 IST

ମାଲକାନଗିରି ୨୯।୦୩ : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନ୍‌କାଉଣ୍ଟର ।ସୁରକ୍ଷାକର୍ମୀଙ୍କ ଗୁଳିରେ ୧୫ରୁ ମାଓବାଦୀ ନିହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ମଧ୍ୟ ଆଶଙ୍କା ରହିଛି । 

ଖବର ଅନୁଯାୟୀ, ଛତିଶଗଡ଼ ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ଼ ଉପରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆର୍‌ଜି ଓ ସିଆର୍‌ପିଏଫ୍‌ ବାହିନୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍‌ ଆରମ୍ଙ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ  ଚମ୍ପଟ ମାରିଥିଲେ । ଯାହାପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ୧୫ରୁ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । 

ଭୂମିକମ୍ପରେ ବିଧ୍ୱସ୍ତ ମିଆଁମାରକୁ ସହାୟତା ପଠାଇଲା ଭାରତ, ୧୫ ଟନ୍ ରିଲିଫ୍ ସାମଗ୍ରୀ ଗଲା

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.