ଲଜ୍ଜା! ଅଲ୍ଲାହବାଦିୟାଙ୍କ ପରି ନିଜ ମା'ଙ୍କୁ ନେଇ ଅଶ୍ଳୀଳ କମେଡି କଲେ ସ୍ୱାତୀ ସଚଦେବା

Published By : Prameya-News7 Bureau | March 29, 2025 IST

ନୂଆଦିଲ୍ଲୀ ୨୯।୩: କମେଡି ସୋ ନାମରେ ଆଜିକାଲି ଇଣ୍ଟରନେଟ୍ ରେ ଅନେକ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବାକୁ ମିଳୁଛି। ନିକଟରେ ସମୟ ରୈନାଙ୍କ ୟୁ ଟ୍ୟୁବ ସୋ ‘ଇଣ୍ଡିାଜ ଗଟ୍ ଲାଟେଣ୍ଟ’ କୁ ନେଇ ଦେଶରେ ଖୁବ୍ ବିବାଦ ହୋଇଥିଲା। ସୋ ରେ ରଣବୀର ଅଲ୍ଲାହବାଦିୟା ନିଜ ପ୍ୟାରେଣ୍ଟଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ କରିଥିଲେ। ଏହା ପରେ ଅନେକ ରାଜ୍ୟରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଉଠିଥିଲା। ରଣବୀରଙ୍କ ପରେ ଏବେ ଜଣେ ଫିମେଲ ଷ୍ଟାଣ୍ଡଅପ କମେଡିଆନ ସମସ୍ତଙ୍କ ସାମ୍ନାରେ ସୋ ରେ ନିଜ ମାଙ୍କୁ ନେଇ  କିଛି ଏପରି କହିଛନ୍ତି ଯାହା ଲୋକଙ୍କୁ ଅସନ୍ତୁଷ୍ଟ କରିଛି। 

ଏହି ଷ୍ଟାଣ୍ଡାଅପ କମେଡିଆନ ହେଉଛନ୍ତି ସ୍ୱାତୀ ଶଚଦେବା। ସ୍ୱାତୀଙ୍କ ଏକ ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜ ମା ଙ୍କ ପ୍ରତି ଅଶ୍ଳୀଳ କଥା କହୁଥିବା ଦେଖାଯାଇଛି। ଭାଇରାଲ କ୍ଲିପରେ ସ୍ୱାତୀ କହୁଛନ୍ତି ‘ମୋ ମା ଫୁଲ ମମ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ଏହା ହୋଇ ପାରୁ ନାହିଁ’। ଏହା ପରେ ସେ ଯାହା କହୁଛନ୍ତି ତାହା ନା କେବଳ ଅଶ୍ଳୀଳ, ଅଶ୍ରବ୍ୟ ମଧ୍ୟ। ଏହି ଭିଡିଓ କ୍ଲିପ ଦେଖିବା ପରେ ଲୋକଙ୍କ କ୍ରୋଧ ଏବେ କାହିଁରି କଣ। 

ଲୋକେ ସ୍ୱାତୀଙ୍କ ଉପରେ ଏବେ ଅସନ୍ତୁଷ୍ଟ। କଥା କେବଳ ଏତିକିରେ ନାହିଁ, ଲୋକେ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରୁଛନ୍ତି। ଜଣେ ୟୁଜର ତାଙ୍କ ଭିଡିଓରେ ମନ୍ତବ୍ୟ ଦେଇ ଲଜ୍ଜା! ବୋଲି ଉଲ୍ଲେଖ କରିଛନ୍ତି। ସାମାନ୍ୟ ଥଟ୍ଟା ପରିହାସ ଚଳାଯାଇ ପାରେ ହେଲେ ଇଏତ ସମସ୍ତ ସୀମା ପାର କରିଗଲା ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି। ଏଥିରେ ଜଣେ ୟୁଜର ନିଜକୁ ପ୍ରଚାର କରିବା ପାଇଁ ମା ବାପାଙ୍କର ଇଜ୍ଜତ ସମ୍ମାନ ବି ଆମେ ରଖିବାନି କି ବୋଲି ପ୍ରଶ୍ନ କରିଛନ୍ତି। 

ଏଥିରେ ଜଣେ ୟୁଜର କମେଡି ଓ ସ୍ୱାଧୀନତା ନାମରେ କିଛି ମହିଳା ପୁରା ସମୂଦାୟକୁ ବଦନାମ କରୁଥିବା କଥା ମଧ୍ୟ ଲେଖିଛନ୍ତି। ଆଉ ଜଣେ ଏହା ଘୃଣ୍ୟ ଓ ଏଥି ପାଇଁ ତାଙ୍କ ଅଭିଭାବକଙ୍କୁ ଲଜ୍ଜା ଲାଗିବା ଦରକାର ବୋଲି ଲେଖିଛନ୍ତି। କଥା କେବଳ ଏତିକିରେ ଅଟକି ନାହିଁ ଏହି ଭିଡିଓକୁ କିଛି ୟୁଜର ଦିଲ୍ଲୀ ପୋଲିସକୁ ଟ୍ୟାଗ୍ ମଧ୍ୟ କରିଛନ୍ତି ଓ ସ୍ୱାତୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.