ନୂଆଦିଲ୍ଲୀ ୨୯।୦୩: ଭାଇ-ଭଉଣୀ । ବେଶ୍ ଉଚ୍ଚ ଶିକ୍ଷିତ । ଜଣେ MBA ତ ଆଉ ଜଣେ ହୋଟେଲ ମ୍ୟାନେଜମେଣ୍ଟରେ ପାଠ ପଢ଼ିଛନ୍ତି । କିନ୍ତୁ ତାଙ୍କୁ ଚାକିରୀ କରିବା ଆସିଲାନି ପସନ୍ଦ । ସେ ବିଜନେସ୍ କରିବା ଆଡକୁ ମୁହାଁଇଲେ । ଆଉ ଏବେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ । ଏହି ଭାଇ-ଭଉଣୀ ହେଉଛନ୍ତି ନାସିକର ବାସିନ୍ଧା ।
ନାଁ ହେଉଛି ନିଶା ଏବଂ ଭୂଷଣ ଜାଦବ । ନିଶା ଜଣେ MBA ଛାତ୍ରୀ। ଆଉ ଭୂଷଣ ହୋଟେଲ ମ୍ୟାନେଜମେଣ୍ଟରେ ପାଠ ପଢ଼ିଛନ୍ତି। ଏମାନେ ଶିକ୍ଷା ଏବଂ ହବିକୁ କରିଛନ୍ତି ଏକାଠି । ଦୁହେଁ ଚାକିରି କରିବା ପରିବର୍ତ୍ତେ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କଲେ। ଆଉ ବିଳମ୍ବ ନକରି ବଢିଥିଲେ ଆଗକୁ । ଆରମ୍ଭ କରିଛନ୍ତି 'ଦି ଫୁଡ୍ ଫ୍ୟାଣ୍ଟାସି' ନାଁରେ ଫୁଡ୍ ଟ୍ରକ୍ । ଏମାନଙ୍କ ବିଜନେସ୍ ପ୍ରଥମରୁ ହିଁ ଶିଖର ଛୁଇଁଛି ।
ଫୁଡ୍ ଟ୍ରକ୍କୁ ଆରମ୍ଭକୁ ହୋଇଛି ମାତ୍ର ୪ ମାସ । କିନ୍ତୁ ଏଥିରୁ ପ୍ରତିମାସରେ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଏହି ଭାଇ-ଭଉଣୀ । ଏମାନେ ନିଜ ଫୁଡ୍ଟ୍ରକ୍ରେ ବର୍ଗର, ପିଜା ଏବଂ ମୋମୋ ଭଳି ଲୋକପ୍ରିୟ ଖାଦ୍ୟ ବିକୁଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ଏମାନେ ଫୁଡ୍ଟ୍ରକରେ ସାହାଯ୍ୟ କରିବାକୁ କୌଣସି ସହଯୋଗୀ ରଖିନାହାନ୍ତି । ବରଂ ନିଜେ ହିଁ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହାକଙ୍କୁ ଖୁଆଇଥାନ୍ତି । ପ୍ରତିଦିନ ସନ୍ଧ୍ୟାରେ ତାଙ୍କ ଫୁଡ୍ ଟ୍ରକ୍ ଆଗରେ ଲାଗେ ଲୋକଙ୍କ ଭିଡ଼ ।
ନିଶା-ଭୂଷଣ ଫୁଡ୍ଟ୍ରକ୍କୁ କିଛି ମାସ ପୂର୍ବରୁ ଆରମ୍ଭ କରିଥିଲେ । ଏହା ବହୁତ ଶୀଘ୍ର ସଫଳ ହୋଇଛି । ସବୁ ଖର୍ଚ୍ଚ ବାଦରେ ଉଭୟଙ୍କର ଆୟ ହେଉଛି ମାସିକ ୭୦ ହଜାର ଟଙ୍କା । ନିଶା ଏବଂ ଭୂଷଣ ଖାଦ୍ୟ ସାମଗ୍ରୀ ସଫା ରଖନ୍ତି । ଏମାନେ ଶ୍ରମିକଙ୍କ ଖର୍ଚ୍ଚ କମ କରିବା ପାଇଁ ନିଜେ ବର୍ଗର, ପିଜା ଏବଂ ମୋମୋ ପ୍ରସ୍ତୁତ କରନ୍ତି। ନିଶା-ଭୂଷଣ ବ୍ୟବସାୟ ପାଇଁ ବହୁତ ଆଗ୍ରହୀ ।
ସେମାନଙ୍କ ବ୍ୟବସାୟ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଥିବାରୁ ଦୁହେଁ ବହୁତ ଖୁସି। ଆଶା କରୁଛନ୍ତି ଯେ ସେମାନେ ଖୁବଶୀଘ୍ର ଅନେକ ଲୋକଙ୍କୁ ନିଯୁକ୍ତି ଯୋଗାଇପାରିବେ । ଏହି ବ୍ୟବସାୟ ତାଙ୍କୁ ତାଙ୍କ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିଛି । ସେମାନେ ଏବେ ନିଜର ନିଷ୍ପତ୍ତି ନେଇପାରିବେ ଏବଂ ଯାହା କରିବାକୁ ଚାହିଁବେ ତାହା କରିପାରିବେ।
ଏହି ଭାଇ-ଭଉଣୀଙ୍କ ଯୋଡ଼ି ଲୋକଙ୍କୁ ଦେଇଛି ପ୍ରେରଣା । ଏହା ସେହି ଯୁବକଙ୍କ ପାଇଁ ମଧ୍ୟ ଏକ ଉଦାହରଣ, ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ନିଶା ଏବଂ ଭୂଷଣ କୁହନ୍ତି କି ଯଦି କିଛି କରିବାର ଆଗ୍ରହ ଅଛି, ତେବେ ତୁମେ ତୁମର ଶିକ୍ଷା ଏବଂ ଦକ୍ଷତାକୁ ବ୍ୟବହାର କରି ସଫଳ ହୋଇପାରିବ। ଏଥିରେ କୌଣସି ବି ଜିନିଷ ସାଜିପାରିବନି ପ୍ରତିବନ୍ଧକ ।