ଲରେନ୍ସ ବିଷ୍ଣୋଇ ସହ କଣ କଥା ହେବାକୁ ଚାହୁଁଥିଲେ ସୋମି, କଲେ ଖୁଲାସା

Published By : Prameya-News7 Bureau | October 21, 2024 IST

ମୁମ୍ଵାଇ ୨୧।୧୦: ବଲିଉଡ ଅଭିନେତା ସଲମାନ ଖାନ। କ୍ରମାଗତ ଭାବରେ ଧମକ ପାଉଛନ୍ତି। ଏହି ସମୟରେ ମୁମ୍ବାଇରେ ସଲମାନଙ୍କ ବନ୍ଧୁ ତଥା ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଅଭିନେତାଙ୍କ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଏହି ସମୟରେ ସଲମାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ଅଭିନେତାଙ୍କୁ ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଥିଲେ। ସୋମି ଅଲି ଜୁମ୍ କଲ୍ ମାଧ୍ୟମରେ ଲରେନ୍ସଙ୍କ ସହ କଥା ହେବା ବିଷୟରେ କହିଥିଲେ। ପରେ ସୋମି ଅଲି ସେହି ପୋଷ୍ଟକୁ ଡିଲିଟ କରିଥିଲେ।

ବର୍ତ୍ତମାନ ସୋମି ଅଲି ପ୍ରକାଶ କରିଛନ୍ତି ଯେ ସେ କାହିଁକି ଲରେନ୍ସଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ସୋମି କହିଛନ୍ତି ଯେ ସେ ଲରେନ୍ସଙ୍କ ସହ ଶାନ୍ତି ଚାହୁଁଛନ୍ତି। ବ୍ଲାକ୍ ବକ୍ ମାମଲାରେ ଲରେନ୍ସ ସଲମାନ ଖାନଙ୍କୁ କ୍ଷମା ମାଗିବାକୁ କହିଥିଲେ ଏବଂ ଏହା ପରେ ସେ ଲଗାତାର ଭାବେ ଧମକ ଦେଉଛନ୍ତି। ସଲମାନ ଖାନଙ୍କ ଘରକୁ ମଧ୍ୟ ଟାର୍ଗେଟ କରି ଗୁଳି ଚଳାଇଛି।

ସୋମି ଅଲି କାହିଁକି ଚିନ୍ତିତ?

ଏବେ ସେ ଏକ ସାକ୍ଷାତକାରରେ ଲରେନ୍ସକୁ କ'ଣ କହିବାକୁ ଚାହୁଥିଲେ ତାହା ଜଣାଇଛନ୍ତି ।ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ ଲରେନ୍ସଙ୍କୁ ଶାନ୍ତି ପ୍ରସ୍ତାବ ଦେଇଥାନ୍ତି । ସଲମାନ ଖାନଙ୍କୁ କ୍ରମାଗତ ଭାବେ ମିଳୁଥିବା ଧମକକୁ ନେଇ ମୁଁ ଚିନ୍ତିତ । ସେଥିପାଇଁ ମୁଁ ଶାନ୍ତି ପାଇଁ କଥା ହେବାକୁ ଚାହୁଁଥିଲି। ଆଜିର ଚଳଚ୍ଚିତ୍ର ଶିଳ୍ପ ୯୦ଦଶକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କିନ୍ତୁ ସୁରକ୍ଷା ସବୁବେଳେ ଚିନ୍ତାର କାରଣ ରହିଆସିଛି । ବିଶେଷକରି ମହିଳାମାନଙ୍କ ପାଇଁ ସୁରକ୍ଷା ସର୍ବଦା ଏକ ସମସ୍ୟା ରହିଆସିଛି । ମୁଁ କେବେ ବି ସିଧାସଳଖ ଧମକ ପାଇନାହିଁ କିନ୍ତୁ ଅନେକ ସମୟରେ ମୁଁ ଅସହଜ ଅନୁଭବ କରିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.